ସିବିଏସ୍‌ଇ ବୋର୍ଡ ପରୀକ୍ଷା ରବ୍ଦ ହେବା ପରେ ଖୁସି ବ୍ୟକ୍ତ କଲେ ସୋନୁ

ସୋନୁ ସୁଦ୍‌ଙ୍କ ଘରେ ଆୟକର ଚଢ଼ଉ

PNN - Paper News Network

ଦେଶ‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ଆଜି ସିବିଏସ୍‌ଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷାକୁ ରବ୍ଦ କରିବା ସହ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ଘୁଞ୍ଚାଇ ଦେଇଛି। ଏହି ଖବର ପ୍ରସାରଣ ହେବା ପରେ ସୋନୁ ସୁଦ୍‌ ସାମାଜିକ ଗଣମାଧ୍ୟମରେ ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ସେ ପୂର୍ବରୁ ଟ୍ବିଟ୍ କରି ପରୀକ୍ଷା ବାତିଲ୍ କରିବା ପାଇଁ ଅପିଲ୍ କରିଥିଲେ। ଅପରପକ୍ଷେ ସିବିଏସ୍‌ଇ ପରୀକ୍ଷା ବାତିଲ୍ କରାଇବା ପଛରେ ସୋନୁଙ୍କ ଟ୍ବିଟ୍‌ର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ କରି ଆଉ କିଛି ଛାତ୍ର ରାଜ୍ୟରେ ଥିବା ଅନ୍ୟାନ୍ୟ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଇବା ପାଇଁ ସ୍ବର ଉଠାନ୍ତୁ ବୋଲି ସୋନୁଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏନେ ସେ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe