ବିବାଦ ପରେ ମୁହଁ ଖୋଲିଲେ ସୋନୁ

Advertisment

ସୋନୁ ନିଗମ ‌ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି,‘ ମୁଁ ଏକ ଘଣ୍ଟାର କନ୍ନଡ ଗୀତ ସେଟ୍ ନେଇ ଯାଇଥିଲି, କିନ୍ତୁ ସେଠାରେ ଯେଉଁମାନେ ଅନ୍ୟମାନଙ୍କୁ ଉସୁକାଇବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ରୋକିବା ଜରୁରୀ ଥିଲା।"

ସୋନୁ ନିଗମ ‌ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି,‘ ମୁଁ ଏକ ଘଣ୍ଟାର କନ୍ନଡ ଗୀତ ସେଟ୍ ନେଇ ଯାଇଥିଲି, କିନ୍ତୁ ସେଠାରେ ଯେଉଁମାନେ ଅନ୍ୟମାନଙ୍କୁ ଉସୁକାଇବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ରୋକିବା ଜରୁରୀ ଥିଲା।"

ଢ଼ଖ୍

ନୂଆଦିଲ୍ଲୀ: ବଲିଉଡ ଗାୟକ ସୋନୁ ନିଗମଙ୍କର ନିକଟରେ ବେଙ୍ଗାଲୁରୁରେ ଏକ କନସର୍ଟ ଥିଲା। ଏହି କାର୍ଯ୍ୟକ୍ରମରେ  କନ୍ନଡ ଗୀତ ଗାଇବା ପାଇଁ ସୋନୁଙ୍କ ଉପରେ ଚାପ ପକାଯାଇଥିଲା। ଏହି ଘଟଣାରେ ସୋନୁ ଦର୍ଶକଙ୍କୁ ଦେଇଥିବା ଉତ୍ତର ବିବାଦ ସୃଷ୍ଟି କରିଛି।

ସୋନୁ ନିଗମ ପ୍ରଶଂସକଙ୍କୁ ଉତ୍ତର ଦେଇ କହିଥିଲେ, ‘କନ୍ନଡ, କନ୍ନଡ, କନ୍ନଡ। ଏଥିପାଇଁ ପହଲଗାମରେ ଛାତିଥରା ଘଟଣା ଘଟିଛି ।’ 

ଏଭଳି ମନ୍ତବ୍ୟ ଦେବା ପରେ ସୋନୁ ନିଗମଙ୍କୁ ନେଇ ବିବାଦ ଦେଖା ଦେଇଛି। ତାଙ୍କ ବିରୋଧରେ ଏଫଆଇଆର ବି ଦାୟର କରାଯାଇଛି। ସମ୍ପ୍ରତି ସୋନୁ ନିଗମ  ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ନିଜର ସ୍ପଷ୍ଟୀକରଣ ଦେଇଛନ୍ତି।

ସୋନୁ ନିଗମ ‌ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି,‘ " କନସର୍ଟରେ ଚାରି-ପାଞ୍ଚ ଜଣ ଯୁବକ ଗୁଣ୍ଡାଗିରି କରି ପାଟିତୁଣ୍ଡ କରୁଥିଲେ। ଉକ୍ତଯୁବକମାନଙ୍କୁ ଚୁପ ରହିବା ପାଇଁ ହଜାର ହଜାର ଲୋକ ଅନୁରୋଧ ବି କରୁଥିଲେ। ସେହି ପାଞ୍ଚ ଜଣଙ୍କୁ କହିବା ଏବଂ ମନେ ପକାଇବା ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ପହଲଗାମରେ ଯେତେବେଳେ ପ୍ୟାଣ୍ଟ କାଢ଼ି ଦିଆଯାଇଥିଲା, ସେତେବେଳେ ଭାଷା ପଚରାଯାଇ ନଥିଲା।"

କନ୍ନଡିଗାମାନେ ବହୁତ ଭଲ ଲୋକ। କିନ୍ତୁ ସବୁଠି ଏବଂ ପ୍ରତ୍ୟେକ ରାଜ୍ୟରେ ଭଲ ‌ଲୋକଙ୍କ ମଧ୍ୟରେ କିଛି ଖରାପ ଲୋକ ବି ଥାଆନ୍ତି। ଦର୍ଶକ ଭାବେ କୌଣସି କଳାକାରଙ୍କୁ ପ୍ରଦର୍ଶନ ସମୟରେ ଚାପ ପକାଇବା ଓ ଧମକ ଦେବା ଭୁଲ। ଏପରି ବ୍ୟବହାର ଗ୍ରହଣୀୟ ହୋଇ ନଥାଏ।   ମୁଁ ଏକ ଘଣ୍ଟାର କନ୍ନଡ ଗୀତ ସେଟ୍ ନେଇ ଯାଇଥିଲି, କିନ୍ତୁ ସେଠାରେ ଯେଉଁମାନେ ଅନ୍ୟମାନଙ୍କୁ ଉସୁକାଇବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ରୋକିବା ଜରୁରୀ ଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe