ଗୋଟିଏ ଗୀତ ପାଇଁ ନିଜର ୫୨ଟି ସ୍ବର ଦେଇ ଶ୍ରୋତାଙ୍କୁ ଚମକାଇ ଦେଇଥିଲେ ସୋନୁ

Advertisment

୨୦୧୪ ମସିହାରେ ସୋନୁ ନିଗମ ୟୁଟ୍ୟୁବ ପାଇଁ ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟ କରିଥିଲେ। ଏହି ପ୍ରୋଜେକ୍ଟର ନାମ ଥିଲା 'ଦି ମ୍ୟୁଜିକ୍ ରୁମ୍'। ଏହି ସିରିଜରେ ସେ ଗୋଟିଏ ଗୀତକୁ ୫୨ଟି ଭିନ୍ନଭିନ୍ନ ସ୍ବରରେ ଗାଇଥିଲେ।

୨୦୧୪ ମସିହାରେ ସୋନୁ ନିଗମ ୟୁଟ୍ୟୁବ ପାଇଁ ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟ କରିଥିଲେ। ଏହି ପ୍ରୋଜେକ୍ଟର ନାମ ଥିଲା 'ଦି ମ୍ୟୁଜିକ୍ ରୁମ୍'। ଏହି ସିରିଜରେ ସେ ଗୋଟିଏ ଗୀତକୁ ୫୨ଟି ଭିନ୍ନଭିନ୍ନ ସ୍ବରରେ ଗାଇଥିଲେ।

New Project (1)

ନୂଆଦିଲ୍ଲୀ: ସୋନୁ ନିଗମ ଜଣେ ଭାରତୀୟ ଗାୟକ ଅଟନ୍ତି। ଯିଏକି ଅନେକ ହିନ୍ଦୀ, ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ ଓ ବଙ୍ଗଳା ସିନେମା ପାଇଁ କଣ୍ଠଦାନ କରିଛନ୍ତି। ସ୍ୱରର ଯାଦୁକର ଭାବରେ ବେଶ ଜଣାଶୁଣା ଥିବା ଗାୟକ ସୋନୁ ନିଗମଙ୍କ ଆଜି ୫୨ତମ ଜନ୍ମଦିନ । ସୋନୁ ନିଗମ ଇତିମଧ୍ୟରେ ଅନେକ ସ୍ମରଣୀୟ ଗୀତ ଗାଇ ବେଶ ଲୋକପ୍ରିୟତା, ପ୍ରଶଂସା ଓ ସଫଳତା ସାଉଁଟି ସାରିଛନ୍ତି। 

୨୦୧୪ ମସିହାରେ ସୋନୁ ନିଗମ ୟୁଟ୍ୟୁବ ପାଇଁ ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ। ଏହି ପ୍ରୋଜେକ୍ଟର ନାମ ଥିଲା 'ଦି ମ୍ୟୁଜିକ୍ ରୁମ୍'। ଏହି ସିରିଜରେ ସେ ଗୋଟିଏ ଗୀତକୁ ୫୨ଟି ଭିନ୍ନଭିନ୍ନ ସ୍ବରରେ ଗାଇଥିଲେ। ସୋନୁଙ୍କ ଏହି ସ୍ବରରେ ମହମ୍ମଦ ରଫି, କିଶୋର କୁମାର, ଭୂପିନ୍ଦର ସିଂହ, ହରିହରନ, ମିକା ସିଂହ, ହନି ସିଂହ, ନୁସରତ ଫତେହ ଅଲ୍ଲୀ ଖାନ ଏବଂ ମାଇକେଲ ଜ୍ୟାକସନଙ୍କ ଚମତ୍କ‌ାର ଶୈଳୀ ମଧ୍ୟ ଅର୍ନ୍ତଭୁକ୍ତ ଥିଲା। ଏହି ଗୀତଟି ସାମ୍ନାକୁ ଆସିବା ପରେ କେହି ବିଶ୍ୱାସ କରିପାରି ନଥିଲେ ଯେ  ଏପରି ଏକ ସୁନ୍ଦର ଗୀତରେ ଥିବା  ୫୨ଟି ସ୍ୱର କେବଳ ଜଣେ ବ୍ୟକ୍ତିଙ୍କର ରହିଛି।

ଏଭଳି ଏକ ଗୀତ ପ୍ରସ୍ତୁତ କରିବା ପଛର ଉଦ୍ଦେଶ୍ୟକୁ ନେଇ ସୋନୁ କହିଥିଲେ, ‘ମୁଁ ସର୍ବଦା ପ୍ରକୃତ ଗାୟନ କ'ଣ ତାହା ଦେଖାଇବାକୁ ଚାହିଁଥାଏ। ପ୍ରତ୍ୟେକ ସ୍ୱରରେ ଭାବପ୍ରବଣତା ଏବଂ ବିବିଧତା ରହିବା ନିହାତି ଆବଶ୍ୟକ ଥାଏ। ମୋ ମତରେ ଗୀତ କେବଳ ସ୍ୱରରେ ଗାଇବା ନୁହେଁ ବରଂ ପ୍ରତ୍ୟେକ ଶୈଳୀରେ ନିଜର ଛାପ ସୃଷ୍ଟି କରିବା ।’

ସୋନୁ ନିଗମଙ୍କ ଏହି ସଙ୍ଗୀତ ଭିଡିଓକୁ ଲକ୍ଷାଧିକ ଲୋକ ଶୁଣିଥିଲେ। ଆଜି ମଧ୍ୟ ଏହାକୁ ୟୁଟ୍ୟୁବରେ ସଙ୍ଗୀତ ପ୍ରେମୀଙ୍କ ପାଇଁ ଏକ ମାଷ୍ଟରକ୍ଲାସ୍ ଭାବରେ ବିବେଚନା କରାଯାଏ।ସୋନୁଙ୍କ ଏଭଳି ଗୀତ ପ୍ରସ୍ତୁତ କରିବା ସମ୍ଭବତଃ ଭାରତରେ ପ୍ରଥମ ପରୀକ୍ଷଣ ଥିଲା। ଯେଉଁଥିରେ ଜଣେ ଗାୟକ ୫୨ ସଂଖ୍ୟକ ସ୍ୱରରେ ନିଜକୁ ପ୍ରତିନିଧିତ୍ୱ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe