ଖାଲି ବାହାଘର କାହିଁକି, ବେଦିରେ ମନ୍ତ୍ର ବି ପଢିଦେବି ! ବିବାହ କରାଇ ଦେବାକୁ ଟୁଇଟ୍ କରିଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ଉତ୍ତର ଦେଲେ ସୋନୁ

Advertisment
ଫ୍ରାନ୍ସରୁ ଅମ୍ଳଜାନ ପ୍ଲାଣ୍ଟ ଆଣୁଛନ୍ତି ଅଭିନେତା ସୋନୁ ସୁଦ୍

The Week

ନୂଆଦିଲ୍ଲୀ: କରୋନା ବେଳେ ହୋଇଥିବା ଲକଡାଉନ ଓ ସଟଡାଉନରେ ପ୍ରବାସୀ ଶ୍ରମିକଙ୍କ ସହ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ ଯୋଗାଇଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ବାବଦରେ ତ ଆପଣ ସମସ୍ତେ ଜାଣିଥିବେ | ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ ପହଂଚାଇବା ହେଉ ବା ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ବ୍ୟବସାୟ ପାଇଁ ସାହାଯ୍ୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ସୋନୁ | ଆଉ ସୋନୁଙ୍କୁ ଅନେକ ଲୋକ ବି ସାହାଯ୍ୟ ମାଗିଥିଲେ | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ନିବେଦନ ବାବଦରେ କହିବୁ ଯାହାକି ହସର ଖୋରାକ ଯୋଗାଇଛି |

କାରଣ କିଛି ଲୋକ ସୋନୁଙ୍କୁ ଟ୍ୱିଟ କରି ବ୍ୟକ୍ତିଗତ ସମସ୍ୟା ସମାଧାନ ପାଇଁ ନିବେଦନ କରୁଛନ୍ତି ଓ ସୋନୁ ତାଙ୍କୁ ଉତ୍ତର ମଧ୍ୟ ଦେଉଛନ୍ତି | ଆଜି ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୱିଟ କରି ଲେଖିଥିଲେ ଯେ ଦୟାକରି ମୋର ବାହାଘର କରାଇଦିଅନ୍ତୁ | ସୋନୁ ସେହି ବ୍ୟକ୍ତିଙ୍କୁ ଉତ୍ତର ଦେବାକୁ ଯାଇ ଲେଖିଛନ୍ତି ଯେ, 'କାହିଁକି ନୁହେଁ, ବିବାହ ପାଇଁ ମନ୍ତ୍ର ବି ପଢିଦେବି | କେବଳ ଝିଅ ଖୋଜିବା କଷ୍ଟ ଆପଣ କରନ୍ତୁ।'

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଜଣେ ଟ୍ୱିଟର ବ୍ୟବହାରକାରୀ ସୋନୁଙ୍କୁ ମାଳଦ୍ଵୀପ ଯିବା ପାଇଁ ସାହାଯ୍ୟ କରିବାକୁ କହିଥିବା ବେଳେ ସୋନୁ ଉତ୍ତର ଦେଇଥିଲେ ଯେ ସାଇକେଲରେ ଯିବେ ନା ରିକ୍ସାରେ ଯିବେ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe