ଓଡ଼ିଆ ପ୍ରଯୋଜକଙ୍କ ହିନ୍ଦୀ ମ୍ୟୁଜିକ ଆଲବମ୍‌ରେ ଅଭିନୟ କରିବେ ସୋନୁ ସୁଦ୍‌

Advertisment
ରାଖୀ ପୂର୍ଣ୍ଣିମାରେ ଝୁମ୍ପୁଡ଼ିରେ ରହୁଥିବା ମହିଳାଙ୍କୁ ସୋନୁ ଦେଲେ ପ୍ରତିଶ୍ରୁତି, ଘରଟିଏ ଗଢ଼ି ଦେବି

SantaBanta

ଚନ୍ଦ୍ରଶେଖରପୁର : କରୋନା ମହାମାରୀ ନେଇ ଲକ୍‌ଡାଉନ୍ ଚାଲିଥିବା ବେଳେ ଦେବଦୂତ ସାଜି ଶହଶହ ପ୍ରବାସୀଙ୍କୁ ବିମାନ ଯୋଗ‌େ ସେମାନଙ୍କ ଜନ୍ମମାଟିକୁ ଫେରାଇ ଆଣିବାରେ ସହଯୋଗ ‌କରିଥିବା ବଲିଉଡ଼୍ ଅଭିନେତା ସୋନୁ ସୁଦ୍‌ ଓଡ଼ିଶା ଆସିବେ। ଓଡ଼ିଆ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜିତ ଆର୍.ଆର୍. ଇଭେଣ୍ଟସ୍ ପ୍ରାୟୋଜିତ ଭିଏସ୍‌ଜି ମ୍ୟୁଜିକ ନିବେଦିତ ହିନ୍ଦୀ ମ୍ୟୁଜିକ ଭିଡିଓ ଆଲବମ୍‌ରେ ସୋନୁ ଅଭିନୟ କରିବେ। ତାଙ୍କ ସହ ଅଭିନୟ କରିବେ ବଙ୍ଗୀୟ ନାୟିକା ରାଗିଣୀ। ନିକଟରେ ରାଗିଣୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଥିବା ବେଳେ ରମେଶ ତାଙ୍କୁ ଏହି ଆଲବମ୍‌ ପାଇଁ ଚୟନ କରିଛନ୍ତି।

ରମେଶଙ୍କ କହିବା ଅନୁଯାୟୀ, ଏହି ଭିଡିଓ ଆଲବମ୍‌ର ନାମ ରହିଛି ‘ମାହିରେ..’। ଏଥିରେ କଣ୍ଠଦାନ କରିଛନ୍ତି ସବାବ ସବିର୍ ସୋହିନୀ। ନିର୍ଦ୍ଦେଶନା ଦେବେ ଶେଖର ଗୁପ୍ତା। ଏହି ମ୍ୟୁଜିକ୍‌ ଭିଡିଓ ମୁମ୍ବାଇ, ଓଡ଼ିଶାର ଗୋପାଳପୁର ସମୁଦ୍ର କୂଳ ଓ ଏହାର ଆଖପାଖ ପ୍ରାକୃତିକ ପରିବେଶରେ ସୁଟିଂ ହେବ। ଏଥିପାଇଁ ଜୁଲାଇ ପ୍ରଥମ ସପ୍ତାହରେ ସୋନୁ ଓଡ଼ିଶା ଆସିବା ନେଇ ଯୋଜନା ରହିଛି। ଅଭିନେତ୍ରୀ ରାଗିଣୀ ବଲିଉଡ୍ ଡେବ୍ୟୁ ନେଇ ବେଶ୍‌ ଉତ୍ସାହିତ ଥିବା ବେଳେ ଓଡ଼ିଆ ଯୁବ ପ୍ରଯୋଜକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe