ସୋନୁ ବଡି ଦେଖାଇବା ପରେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ ପାଇଥିଲେ

Advertisment
ବିଏମ୍‌ସି ଓ ସୋନୁଙ୍କ ମଧ୍ୟରେ ପୁଣି ମୁଣ୍ଡ ଟେକିଲା ବିବାଦ

India TV News

ଅଭିନେତା ସୋନୁ ସୁଦ୍‌ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଚର୍ଚ୍ଚାରେ ରହିଛନ୍ତି। ଏହି ଅବସରରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ସେ ପ୍ରଥମେ ତାମିଲ ଫିଲ୍ମରେ ଅଭିନୟ ସୁଯୋଗ ପାଇଥିଲେ। କାର୍ଗୋ ପ୍ୟାଣ୍ଟ୍‌ ଓ ଟି-ସାର୍ଟ ପିନ୍ଧି ସେ ପ୍ରଯୋଜକଙ୍କ ପାଖେ ପହଞ୍ଚିଥିଲେ। ତାଙ୍କୁ ଦେଖିବା ପରେ ପ୍ରଯୋଜକ କହିଲେ, ମେକଅପ୍‌ ରୁମ୍‌ରେ ଅପେକ୍ଷା କର। ଏହା କହି ପ୍ରଯୋଜକ ଓ ନିର୍ଦେଶକ ମେକଅପ୍‌ ରୁମ୍‌କୁ ଗଲେ। ପ୍ରଯୋଜକ ସୋନୁଙ୍କୁ ଟି-ସାର୍ଟ ଖୋଲିବା ପାଇଁ କହିଥିଲେ। ଟି-ସାର୍ଟ ଖୋଲିବା ପରେ ସୋନୁଙ୍କ ବଡି ପ୍ରଯୋଜକଙ୍କୁ ବେଶ୍‌ ପସନ୍ଦ ହୋଇଯାଇଥିଲା। ତେଣୁ ତାଙ୍କୁ ତୁରନ୍ତ କାମ ପାଇଁ ଅଫର ଦିଆଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe