ଆଇଏଏସ୍ ଆଶାୟୀଙ୍କୁ ସୋନୁ ଦେବେ ସ୍କଲାରସିପ

Advertisment
ଆଇଏଏସ୍ ଆଶାୟୀଙ୍କୁ ସୋନୁ ଦେବେ ସ୍କଲାରସିପ

ନୂଆଦିଲ୍ଲୀ: ଲକଡାଉନ୍ ହେବା ପରଠାରୁ ବଲିଉଡ ଅଭିନେତା ସୋନୁ ସୁଦ ଯେଭଳି ଦୁର୍ଗତ ଲୋକଙ୍କୁ ସହାୟତା କରୁଛନ୍ତି ତାହା ତାଙ୍କୁ ଅସଲ ଜୀବନରେ ବି ଜଣେ ହିରୋ ବୋଲି ପ୍ରମାଣିତ କରିଛି। ପୁଣି ଅନେକ ତାଙ୍କୁ ଭଗବାନ ବୋଲି ବିବେଚନା କରୁଛନ୍ତି।

ଲକଡାଉନ ବେଳେ ପ୍ରବାସୀଙ୍କୁ ସାହାଯ୍ୟ କରି ସୋନୁ ଚର୍ଚ୍ଚାକୁ ଆସିଥିଲେ । ଏହାପରଠୁ ଆରମ୍ଭ ହୋଇଥିଲା ତାଙ୍କ ସାହାଯ୍ୟ କରିବାର ଅଭିଯାନ । ଏଭଳି କାମ ପାଇଁ ସୋନୁ ଏବେ ଗରିବଙ୍କ ପାଇଁ ଭଗବାନ ପାଲଟିଛନ୍ତି । ଏବେ ସେ ପୁଣି ତାଙ୍କ ସହାୟତାର ହାତ ବଢାଇଛନ୍ତି । ଆଇଏଏସ ଆଶାୟୀ ଛାତ୍ରଛାତ୍ରୀଙ୍କୁ ସୋନୁ ସ୍କଲାରସିପ ଦେବାକୁ ଯାଉଛନ୍ତି। ସମସ୍ତେ ପଢିବେ, କେହି ଶିକ୍ଷାର ଅଭାବ କ’ଣ ତାହାକୁ ଅନୁଭବ କରିବେ ନାହିଁ । ଏଭଳି ଲକ୍ଷ୍ୟ ରଖି ସୋନୁ ସୁଦ୍ ଆଗେଇ ଚାଲିଛନ୍ତି । କେବଳ ଏହା ନୁହେଁ, ପୂର୍ବରୁ ମଧ୍ୟ ସୋନୁ ଏକ ବିଶ୍ୱବିଦ୍ୟାଳୟ ସହ ମିଶି ଗରିବ ପିଲାଙ୍କୁ ଶିକ୍ଷାଦାନ ଦେବାର ଦାୟିତ୍ୱ ନେଇଥିଲେ । ତାଙ୍କର ଏହି କାମ ପାଇଁ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ଏହି ପ୍ରେରଣା ସୋନୁଙ୍କୁ ତାଙ୍କ ମା’ଙ୍କଠାରୁ ମିଳିଛି, ଯିଏକି ବିନା ଫି’ରେ ପିଲାଙ୍କୁ ଶିକ୍ଷା ଦେଉଥିଲେ । ବର୍ତ୍ତମାନ ନିଜ ମା’ଙ୍କ ଏହି ସ୍ୱପ୍ନକୁ ପୂରା କରିବେ ସୋନୁ । ସୋନୁ ସୁଦ ତାଙ୍କ ମା’ଙ୍କ ନାଁରେ ‘ପ୍ରଫେସର ସରୋଜ ସୁଦ ସ୍କଲାରସିପ’ ଆରମ୍ଭ କରିଛନ୍ତି ।

ଏନେଇ ସେ ଟ୍ୱିଟ୍ କରି ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ଅକ୍ଟୋବର ୧୩ରେ ମୋ ମା’ଙ୍କର ୧୩ତମ ଶ୍ରାଦ୍ଧବାର୍ଷିକୀ । ନିଧନ ପରେ ସେ ଶିକ୍ଷାର ଏକ ବିଶାଳ ସାମ୍ରାଜ୍ୟକୁ ଛାଡି ଦେଇଯାଇଛନ୍ତି । ଆଜି ତାଙ୍କ ପୁଣ୍ୟ ତିଥିରେ ମୁଁ ଶପଥ କରୁଛି କି ‘ପ୍ରଫେସର ସରୋଜ ସୁଦ ସ୍କଲାରସିପ’ ମାଧ୍ୟମରେ ମୁଁ ଆଇଏଏସ ଆଶାୟୀଙ୍କୁ ସାହାଯ୍ୟ କରିବି।

ପୂର୍ବରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟାରେ ଜଡିତ ଥିବା ଲୋକଙ୍କୁ ସୋନୁ ସାହାଯ୍ୟ କରିଥିବା ନଜର ଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe