India Today
ମୁମ୍ବାଇ: ସୋନୁ ସୁଦ୍ ଏବେ ଦେଶର ଜଣେ ଚର୍ଚ୍ଚିତ ଚେହେରା। କେବଳ ଦେଶରେ କାହିଁକି, ମହାମାରୀ କରୋନା କାଳରେ ତାଙ୍କର ମଣିଷପଣିଆ ପାଇଁ ସେ ଏବେ ପୂରା ବିଶ୍ବରେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ ପାଲଟି ଯାଇଛନ୍ତି।
ନିକଟରେ ସୋନୁ ଷ୍ଟାର୍ଡଷ୍ଟ୍ ପତ୍ରିକାରେ କଭର୍ରେ ନିଜର ଫଟୋ ବାହାରିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ ଏହାକୁ ନେଇ ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ ‘ଦିନେ ମୁଁ ପଞ୍ଜାବରୁ ଏହି ପତ୍ରିକାରେ ମୁଁ ମୋ ଫଟୋ କାଢ଼ିବାକୁ ଫଟୋ ପଠାଇଥିଲେ ମଧ୍ୟ ମୋତେ ସ୍ଥାନ ମିଳିନଥିଲା। ଆଜି ସେଥିରେ ମୋତେ ସ୍ଥାନ ଦେଇଥିବାରୁ ଷ୍ଟାର୍ଡଷ୍ଟ୍ ପତ୍ରିକାକୁ ଧନ୍ୟବାଦ୍।’
Follow Us