ମୁମ୍ବାଇ: ଫିଲ୍ମ ଅଭିନେତା ସୋନୁ ସୁଦ କିଛିଦିନ ତଳେ କାଶୀର ନାଉରିଆଙ୍କୁ ସାହାଯ୍ୟ କରିଛନ୍ତି। ଏନେଇ ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି।
୨ଦିନ ତଳେ କାଶୀର ନାଉରିଆମାନେ ଟ୍ବିଟରରେ ସାହାଯ୍ୟ ମାଗିବାରୁ ସୋନୁ ଶୀଘ୍ର ସାହାଯ୍ୟର ଆଶ୍ବାସନା ଦେଇଥିଲେ। ଏବଂ ଗତ ଗୁରୁବାର ମାଝି ନାଉରିଆ ସମାଜର ଅଧ୍ୟକ୍ଷ ପ୍ରମୋଦ ମାଝିଙ୍କ ପାଖକୁ ସେ ରିଲିଫ ସାମଗ୍ରୀ ପଠାଇ ଥିଲେ।
/sambad/media/post_attachments/25b64336c079f1b1f79d8f3f7df2c83518812e3af5e8cf0bc820c26238a5be7d.jpeg)
ସୋନୁଙ୍କ ଦ୍ବାରା ପଠାଯାଇଥିବା ରିଲିଫ ସାମଗ୍ରୀକୁ ରାଜଘାଟ, ଦଶାଶ୍ବମେଧ ଏବଂ ଶିବାଲା ଘାଟରେ ୨୨୦ନାଉରିଆଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। କରୋନା ମହାମାରୀ ପାଇଁ ରୋଜଗାରର ସସମ୍ତ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ଚଳିବାକୁ ନାଉରିଆଙ୍କୁ ଅନେକ ଅସୁବିଧା ହେଉଛି। ଦିନେ ଦିନେ ଭୋକ ଉପବାସରେ ବି କାଟିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ସୋନୁଙ୍କ ଠାରୁ ସାହାଯ୍ୟ ପାଇ ନାଉରିଆମାନେ ଅଭିନେତାକୁ ଧନ୍ୟବାଦ ଜଣାଇଛନ୍ତି।
କେବଳ ଏତିକି ନୁହେଁ ରାଜଘାଟରେ ଗୋବିନ୍ଦ ସାହାଣୀ ଏବଂ ଧୀରଜ ୭୦ଜଣ ଅଭାବୀଙ୍କ ମଧ୍ୟରେ ରିଲିଫ ସାମଗ୍ରୀର ପ୍ୟାକେଟକୁ ବାଣ୍ଟି ଦେଇଥିଲେ।
ସାହାଯ୍ୟ ପାଇଥିବା ନାଉରିଆମାନେ କହିଥିଲେ ଯେ ସୋନୁ ସୁଦ ଅଭିନେତା ହେବା ସହ ପ୍ରକୃତ ନାୟକ ମଧ୍ୟ। ସୋନୁ ସୁଦ ନାବିକମାନଙ୍କୁ ସାହାଯ୍ୟ କରିବା ସହିତ ଟୁଇଟ କରି ଲେଖିଥିଲେ, ‘ଯଦି କେବେ ମୁଁ ଘାଟକୁ ବୁଲିବାକୁ ଯାଏ, ତେବେ ମୋତେ ଡଙ୍ଗାରେ ଟିକେ ବୁଲାଇ ଦେବ।’
Follow Us