ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରିଥିବାରୁ ସୋନୁଙ୍କୁ ମିଳିଲା ବଡ଼ ସମ୍ମାନ

Advertisment
ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରିଥିବାରୁ ସୋନୁଙ୍କୁ ମିଳିଲା ବଡ଼ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସ ସଂକ୍ରମଣ ହେତୁ ଜାରି ହୋଇଥିବା ଲକଡାଉନ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇବାରେ ଦେବଦୂତ ସାଜିଥିଲେ। ଏହି ସାମାଜିକ କାର୍ଯ୍ୟ ପାଇଁ ଅଭିନେତା ସୋନୁ ସୁଦଙ୍କୁ  ୟୁନାଇଟେଡ ନେସନ୍ସ ଡେଭଲପମେଣ୍ଟ ‌ପ୍ରୋଗ୍ରାମ (ୟୁଏନଡିପି) ଦ୍ବାରା ପ୍ରତିଷ୍ଠିତ ଏସଡିଜି ସ୍ପେଶାଲ ହ୍ୟୁମାନିଟାରିଆନ୍ ଆକ୍ସନ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ଏହି ପୁରସ୍କାର ଏକ ଭର୍ଚୁଆଲ୍ ପ୍ରୋଗ୍ରାମ୍ ମାଧ୍ୟମରେ ପ୍ରଦାନ କରାଯାଇଛି।|

ଏହି ପୁରସ୍କାରରେ ସମ୍ମାନିତ ହେବାପରେ ସୋନୁ କହିଛନ୍ତି, ଏହା ଏକ ବିରଳ ସମ୍ମାନ। ମିଳିତ ଜାତିସଂଘ ଦ୍ୱାରା ପ୍ରାପ୍ତ ଏହି ସମ୍ମାନ ଅତ୍ୟନ୍ତ ସ୍ୱତନ୍ତ୍ର | କୌଣସି ଆଶା ନ କରି ମୋ ଦ୍ବାରା ଯେତିକି ସମ୍ଭବ ହେଲା ମୁଁ ମୋ ଦେଶବାସୀଙ୍କ ପାଇଁ ସେତିକି କରିଥିଲି। ତେବେ ଏଭଳି ସମ୍ମାନ ମିଳିବା ଦ୍ବାରା ଭଲ ଲାଗିଥାଏ।

ଏ ପ୍ରସଙ୍ଗରେ ମତ ରଖି  ଅଭିନେତା ସୋନୁ ସୁଦ କହିଛନ୍ତି, ‘୨୦୩୦ ସୁଦ୍ଧା ଏସଡିଜି (ସ୍ଥାୟୀ ବିକାଶ ଲକ୍ଷ୍ୟ) ହାସଲ କରିବାକୁ ମୁଁ ୟୁଏନଡିପିକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଏହି ଲକ୍ଷ୍ୟର କାର୍ଯ୍ୟାନ୍ୱୟନ ପୃଥିବୀ ଏବଂ ମାନବଜାତି ପାଇଁ ବହୁତ ଲାଭଦାୟକ ହେବ। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe