Free Press Journal
ମୁମ୍ବାଇ: ଦେଶରେ ଚାଷୀ ଆନ୍ଦେଳନ ଚାଲିଥିବା ବେଳେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ତାଙ୍କର ନୂଆ ଫିଲ୍ମ ‘କିଷାନ’କୁ ନେଇ ସୋମବାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ହେଉଛନ୍ତି ଇ ନିୱାସ। ତେବେ, ଚଳଚ୍ଚିତ୍ରରେ ଆଉ ସବୁ କିଏ ଅଭିନୟ କରିବେ ତାହା ଏଯାଏ ସ୍ଥିର ହୋଇନାହିଁ।
ସିନେ ସମାଲୋଚକ ତରନ ଆଦର୍ଶ ଏ ନେଇ ଏକ ଟ୍ବିଟ୍ କରିଛନ୍ତି, ଯାହାକୁ ରି-ଟ୍ବିଟ୍ କରିଛନ୍ତି ସୋନୁ ସୁଦ୍। ତରନ ଆଦର୍ଶ ତାଙ୍କ ପୋଷ୍ଟ୍ରେ କ୍ୟାପ୍ସନ୍ ଲେଖିଛନ୍ତି, ‘ଏହା ଆନୁଷ୍ଠାନିକ ଘୋଷଣା। ‘କିଷାନ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିଭାଇବେ ସୋନୁ ସୁଦ୍। ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେବେ ନିଦ୍ଦେର୍ଶକ ଇ ନିୱାସ ଏବଂ ‘ଡ୍ରିମ୍ଗାର୍ଲ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଡେବ୍ୟୁ କରିଥିବା ରାଜ୍ ସାନ୍ଦିୱାଲିୟା। ବାଲାନ୍ସ କାଷ୍ଟ୍ ଖୁବ୍ ଶୀଘ୍ର ଘୋଷଣା କରାଯିବ।’
ଏହିି ପୋଷ୍ଟ୍ ଉପରେ ବିଗ୍ ବି ଅମିତାଭ ବଚ୍ଚନ ତାଙ୍କର ମୂଲ୍ୟବାନ କମେଣ୍ଟ ଲେଖିଛନ୍ତି। ସେ କହିଛନ୍ତି କି ‘ନିଦ୍ଦେର୍ଶକ ଇ ନିୱାସ ଓ ଅଭିନେତା ସୋନୁ ସୁଦ୍ଙ୍କ ଚଳଚ୍ଚିତ୍ର ‘କିଷାନ’କୁ ଶୁଭେଚ୍ଛା।’
Follow Us