www.indiatoday.in
ମୁମ୍ବାଇ: ସୋନୁ ସୁଦ୍ଙ୍କର ଏକ ନୂଆ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଆପଣ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ। ଭିଡିଓଟିକୁ ସୋନୁ ସୁଦ୍ ନିଜେ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି। ସେ ସେଥିରେ ଏକ ଟେଲର୍ ଚଲାଉଥିବାର ଦେଖିବାକୁ ମିଳିଛି। ସୋନୁ ଭିଡିଓଟିକୁ ତାଙ୍କ ଆକାଉଣ୍ଟ୍ରେ ସେୟାର୍ କରି ଲେଖିଛନ୍ତି, ‘ସୋନୁ ସୁଦ୍ ଟେଲର ସପ୍, ଏଠାରେ ମାଗଣାରେ ସିଲାଇ କରାଯାଏ। ମାତ୍ର ପ୍ୟାଣ୍ଟ୍ ଜାଗାରେ ଯଦି ନିକର ବନିଯିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ।’ ସୋନୁ ସୁଦ୍ ଏହି ଭିଡିଓଟି ତାଙ୍କ ପେଜ୍ରେ ଅପ୍ଲୋଡ କରିବା ପରେ ଇଣ୍ଟର୍ନେଟ୍ରେ ଏହାର ଚାହିଦା ଖୁବ୍ ଜୋର୍ରେ ଦେଖିବାକୁ ମିଳିଛି।
ସୋନୁଙ୍କ ଏହି ପୋଷ୍ଟ୍ରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋ କପଡ଼ା ଏଠାରେ ସିଲେଇ କରିବା ପାଇଁ ମୋତେ କ’ଣ କରିବାକୁ ହେବ? ସିଲେଇକୁ ମୁଁ ନିଜେ ତଦାରଖ କରିବି।’
ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ନିକର ହିଁ ନେଇଯିବୁ ସାର୍’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋ ଜୀବନରେ ମୁଁ ଆପଣଙ୍କ ପରି ଜଣେ ବ୍ୟକ୍ତି ଦେଖିନି। ଆପଣଙ୍କ ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମୀ ପ୍ରକୃତି ମୋତେ ଅନେକ ପ୍ରେରିତ କରିଛି।’ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସୋନୁ ଟେଲର୍ରେ କେବଳ ନିକର ସିଲେଇ ହେବ।’
Follow Us