ସୋନୁଙ୍କୁ ଅଫର କରାଯାଇଥିଲା ମୁଖ୍ୟମନ୍ତ୍ରୀ ପଦ !

ମୋତେ ମୁଖ୍ୟମନ୍ତ୍ରୀ ପଦବୀର ଅଫର ଦିଆଯାଇଥିଲା। ଯେତେବେଳେ ମୁଁ ମନା କରିଥିଲି, ସେମାନେ ମୋତେ ଉପ-ମୁଖ୍ୟମନ୍ତ୍ରୀ ହେବାକୁ କହିଥିଲେ। ଏଭଳି କହି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ୍।

tsonusood

ମୁମ୍ବାଇ: କରୋନା ମହାମାରୀ ସମୟରେ ସଂକ୍ରମଣ ଭୟରେ ଲୋକେ ଘରେ ରହୁଥିବା ବେଳେ ବାହାରକୁ ବାହାରି ନିଜ ସ୍ବାସ୍ଥ୍ୟ କଥା ଚିନ୍ତା ନକରି ପ୍ରବାସୀଙ୍କ ସାହାଯ୍ୟ କରିବା ଆରମ୍ଭ କରିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ପ୍ରବାସୀଙ୍କୁ ଚାଲି ଚାଲି ଘରକୁ ଫେରୁଥିବା ଦେଖି ତାଙ୍କ ପାଇଁ ବସ୍ ର ସୁବିଧା କରିଥିଲେ ସୋନୁ। ସେହି ଦିନଠାରୁ ଗୋଟେ ପରେ ଗୋଟେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ଭଗବାନ ବନିଯାଇଥିଲେ ସୋନୁ ସୁଦ୍। ତାଙ୍କର ଲୋକପ୍ରିୟତା ଦେଖି କିଛି ରାଜନୈତିକ ଦଳ ତାଙ୍କୁ ବଡ଼ ବଡ଼ ପଦବୀ ପାଇଁ ଅଫର ଦେଇଥିଲେ ବୋଲି ଏକ ସାକ୍ଷାତକାରରେ ଜଣାଇଛନ୍ତି ସୋନୁ।

ତାଙ୍କ କହିବା ମୁତାବକ, "ମୋତେ ମୁଖ୍ୟମନ୍ତ୍ରୀ ପଦବୀର ଅଫର ଦିଆଯାଇଥିଲା। ଯେତେବେଳେ ମୁଁ ମନା କରିଥିଲି, ସେମାନେ ମୋତେ ଉପ-ମୁଖ୍ୟମନ୍ତ୍ରୀ ହେବାକୁ କହିଥିଲେ। ଏମାନେ ଦେଶର ବହୁତ ବଡ ଲୋକ ଥିଲେ ଯେଉଁମାନେ ମୋତେ ରାଜ୍ୟସଭାରେ ଏକ ଆସନ ମଧ୍ୟ ଦେବାକୁ ଚାହୁଥିଲେ। ସେମାନେ ମୋତେ କହିଥିଲେ ତୁମକୁ ନିର୍ବାଚନ ଲଢ଼ିବାକୁ ପଡ଼ିବ ନାହିଁ। ଏହା ଏକ ରୋମାଞ୍ଚକର ପର୍ଯ୍ୟାୟ ଯେତେବେଳେ ଏହିପରି ଶକ୍ତିଶାଳୀ ଲୋକମାନେ ଆପଣଙ୍କୁ ଭେଟିବାକୁ ଚାହାଁନ୍ତି ଏବଂ ଆପଣଙ୍କୁ ଦୁନିଆରେ ପରିବର୍ତ୍ତନ ଆଣିବାକୁ ଉତ୍ସାହିତ କରନ୍ତି । ତେବେ ସେମାନଙ୍କ ଅଫର ସତ୍ତ୍ବେ ମୁଁ ସେମାନଙ୍କ ଅଫରକୁ ଗ୍ରହଣ କରିନଥିଲି। କାରଣ ମୁଁ ମୋର ସ୍ବାଧୀନତା ହରାଇବାକୁ ଚାହୁନଥିଲି।"

ସେ ଆହୁରି କହିଛନ୍ତି ଯେ, "ଲୋକମାନେ ଦୁଇଟି କାରଣରୁ ରାଜନୀତିରେ ଯୋଗ ଦିଅନ୍ତି: ଟଙ୍କା ରୋଜଗାର କରିବା କିମ୍ବା କ୍ଷମତା ହାସଲ କରିବା ପାଇଁ। ମୋତେ ଏସବୁ ଦରକାର ନଥିଲା। କାରଣ ମୁଁ ରାଜନୀତିରେ ନଥାଇ ବି ଲୋକଙ୍କୁ ସାହାଯ୍ୟ କରୁଥିଲି। ବର୍ତ୍ତମାନ ଯଦି ମୁଁ କାହାକୁ ସାହାଯ୍ୟ କରିବାକୁ ଚାହିଁବି, ମୁଁ ନିଜେ ନିଜ ଇଚ୍ଛାରେ ତାହା କରିପାରିବି। ହେଲେ ରାଜନୀତିରେ ଯୋଗ ଦେଇଥିଲେ ମୋତେ କିଛି ବି କରିବା ପୂର୍ବରୁ ଅନ୍ୟର ଅନୁମତି ନେବାକୁ ପଡ଼ିଥାନ୍ତା ମୁଁ ମୋ ସ୍ବାଧୀନତା ହରାଇଥାନ୍ତି। ଏହି ଡର ମୋ ଭିତରେ ରହିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe