ସୋନୁ ସୁଦ୍‌ଙ୍କ ଘର ଭଙ୍ଗା ଉପରେ ୨ ଦିନ ପାଇଁ ସ୍ଥଗିତାଦେଶ ଜାରି କଲେ ବମ୍ବେ ହାଇକୋର୍ଟ

ସୋନୁ ସୁଦ୍‌ଙ୍କ ଘର ଭଙ୍ଗା ଉପରେ ୨ ଦିନ ପାଇଁ ସ୍ଥଗିତାଦେଶ ଜାରି କଲେ ବମ୍ବେ ହାଇକୋର୍ଟ

Free Press Journal

ମୁମ୍ବାଇ: ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ପକ୍ଷରୁ ବଲିଉଡ୍‌ ଅଭିନେତା ସୋଦୁ ସୁଦ୍‌ଙ୍କ ଘରର କିଛି ଅଂଶକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗିବା ଲାଗି ନୋଟିସ୍ ଜାରି କରିଥିବା ପରିପ୍ରେକ୍ଷୀରେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ୨୦୨୦ ମସିହାରେ ବିଏମସି ଦ୍ବାରା ଜାରି କରାଯାଇଥିବା ନୋଟିସ୍‌କୁ ସ୍ଥଗିତ ରଖିବାକୁ ସୋନୁ ସ୍ଥାନୀୟ ସିଭିଲ୍‌ କୋର୍ଟରେ ଆବେଦନ କରିଥିଲେ। ମାତ୍ର ଅଦାଲତ ତାଙ୍କ ଆବେଦନ ଖାରଜ କରିବା ପରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।

ମୁମ୍ବାଇରେ ଥିବା ତାଙ୍କ ଘରେ ବେଆଇନ ନିର୍ମାଣକୁ  ନେଇ ବିଏମସି ସୋନୁ ସୁଦଙ୍କୁ ଦୁଇଟି ନୋଟିସ୍ ଜାରି କରିଛି। ଗୋଟିଏ ନୋଟିସରେ ସୋନୁ ବେଆଇନ୍‌ ନିର୍ମାଣ କରୁଥିବା ଦର୍ଶାଯାଇଥିବା ବେଳେ ଅନ୍ୟଟିରେ 'ଉପଯୋଗରେ ପରିବର୍ତ୍ତନ' ସଂପର୍କରେ ଉଲ୍ଲେଖ କରାଯାଇଛି। ବମ୍ବେ ହାଇକୋର୍ଟ ସୋନୁ ସୁଦ୍‌ଙ୍କ ଘର ଭାଙ୍ଗିବା ନେଇ ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି।

ଉଲ୍ଲେଖ‌ଯୋଗ୍ୟ, ନିକଟ ଅତୀତରେ ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୁଲିସରେ‌ ଅଭିଯୋଗ କରିଥିଲା। ବିଏମସି ତା’ର ଅଭିଯୋଗରେ ଉଲ୍ଲେଖ କରିଥିଲା କି ସୋନୁ ଜୁହୁସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିଛି କି ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇନାହାନ୍ତି । ତେଣୁ ସୋନୁ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ (ଧାରା-୭) କୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe