ସଡ଼କ ଦୁର୍ଘଟଣାର ଶିକାର ହେଲେ ସୋନୁଙ୍କ ସ୍ତ୍ରୀ

ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦ ମୁମ୍ବାଇ-ନାଗପୁର ସମୃଦ୍ଧି ହାଇୱେରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି।  ଖବର ଲେଖାହେଲା ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣା ପଡ଼ି ପାରି ନଥିଲା। 

54y6

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦ ମୁମ୍ବାଇ-ନାଗପୁର ସମୃଦ୍ଧି ହାଇୱେରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି।  ଖବର ଲେଖାହେଲା ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣା ପଡ଼ି ପାରି ନଥିଲା। 

ସୋନୁଙ୍କ ନିକଟତରମାନଙ୍କ ସୂତ୍ରରୁ ପ୍ରକାଶ,  ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କିନ୍ତୁ ଚିନ୍ତା କରିବାର କିଛି ନାହିଁ। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି। 
ସୋନୁଙ୍କ ପକ୍ଷରୁ ସ୍ତ୍ରୀ ସୋନାଲିଙ୍କ ଦୁର୍ଘଟଣାକୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳି ପାରିନାହିଁ। 

ସୋନାଲି ସୁଦ ବହୁତ ପ୍ରାୟତଃ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।  ସୋନୁ ସୁଦ ଉଭୟ ରିଲ ଓ ରିଏଲ ହିରୋ ଭାବେ ବେଶ ଜଣାଶୁଣା। କରୋନା ସମୟରେ ଲୋକଙ୍କ ସାହାଯ୍ୟ କରି ସୋନୁ ସୁନ୍ଦ ଚର୍ଚ୍ଚାର ପରିସରକୁ ଆସିଥିଲେ।

ସୋନୁ ସୁଦ ୧୯୯୬ ମସିହାରେ ସୋନାଲିଙ୍କୁ ବିବାହ କରିଥିଲେ। ସୋନାଲି ପେଶାରେ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ। ସୋନୁ ଏବଂ ସୋନାଲି ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ହିଁ ରଖିବାକୁ ପସନ୍ଦ କରନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe