ଛାଡ଼ପତ୍ର ପରେ ପ୍ରଥମ ପତ୍ନୀ କୋମଲ୍‌ ଓ ହିମେଶ ରେଶମିୟା ରହୁଛନ୍ତି ଗୋଟିଏ ଆପାର୍ଟମେଣ୍ଟରେ; ଜାଣନ୍ତୁ କାହିଁକି

Advertisment
ଛାଡ଼ପତ୍ର ପରେ ପ୍ରଥମ ପତ୍ନୀ କୋମଲ୍‌ ଓ ହିମେଶ ରେଶମିୟା ରହୁଛନ୍ତି ଗୋଟିଏ ଆପାର୍ଟମେଣ୍ଟରେ; ଜାଣନ୍ତୁ କାହିଁକି

The Indian Express

ମୁମ୍ବାଇ : ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ତଥା ନାୟକ ହିମେଶ ରେଶମିୟା ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ଗତବର୍ଷ। ତା’ପରେ ସେ ତାଙ୍କର ଗର୍ଲଫ୍ରେଣ୍ଡ୍‌ ସୋନିଆ କପୁରଙ୍କୁ ବାହା ହୋଇଥିଲେ। ସବୁଠାରୁ ମଜାଦାର କଥା ହେଉଛି,ଏବେ ବି ହିମେଶ ତାଙ୍କର ପ୍ରଥମ ପତ୍ନୀ କୋମଲଙ୍କ ସହ ଏକା ବିଲ୍‌ଡିଂରେ ରହୁଛନ୍ତି।

ପ୍ରାୟ ୨୨ ବର୍ଷ ତଳେ ହିମେଶ କୋମଲଙ୍କୁ ବିବାହ କରିଥିଲେ। ସେତେବେଳେ କୋମଲଙ୍କ ବୟସ ମାତ୍ର ୨୧ ବର୍ଷ ଥିଲା। ସେତେବେଳେ ହିମେଶ ବଲିଉଡରେ ଜଣେ ଷ୍ଟ୍ରଗଲର୍‌ ଥିଲେ। ନିଜକୁ ସଙ୍ଗୀତକାର ଭାବେ ପ୍ରତିଷ୍ଠିତ କରିପାରି ନ ଥିଲେ ସେ। ସତ କହିବାକୁ ଗଲେ କୋମଲଙ୍କୁ ବାହା ହେବା ପରେ ହିଁ ହିମେଶଙ୍କର ଭାଗ୍ୟୋଦୟ ଘଟିଥିଲା। ସେ ବଲିଉଡରେ ବିଗ୍‌ ବ୍ରେକ୍‌ ପାଇଲେ ଓ ଲଗାତାର ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ କରିଚାଲିଲେ। କିନ୍ତୁ ହିମେଶଙ୍କ ପତ୍ନୀ କୋମଲ କେବେ ବି ଫିଲ୍ମ ପାର୍ଟି,ଫଙ୍କସନରେ ନଜର ଆସନ୍ତି ନାହିଁ। ହିମେଶ-କୋମଲଙ୍କର ଏକ ପୁଅ ମଧ୍ୟ ଅଛି।

publive-image msn.com

ଛାଡ଼ପତ୍ରରେ କୋମଲ୍‌ ଲୋଖଣ୍ଡଓ୍ଵାଲାର ଏକ ବିଲ୍‌ଡିଂର ୩୬ତମ ଫ୍ଲୋର୍‌ରେ ରହୁଛନ୍ତି। ସେହି ବିଲ୍‌ଡିଂର ୩୫ ତମ ଫ୍ଲୋର୍‌ରେ ହିମେଶ ଓ ସୋନିଆ ରହୁଛନ୍ତି। ଆଉ ଏକ ଗୁରୁତ୍ୱପର୍ଣ୍ଣ କଥା ହେଲା ହିମେଶଙ୍କ ପିତାମାତା ଏବେ ବି କୋମଲଙ୍କୁ ନିଜର ବୋହୂ ଭାବେ ସ୍ୱୀକାର କରୁଛନ୍ତି। ସେହି କାରଣରୁ ସେ ଦୁହେଁ କୋମଲଙ୍କ ସହିତ ରହୁଛନ୍ତି। ବୋଧହୁଏ ବାପା-ମା’ଙ୍କ ଉପସ୍ଥିତି ଯୋଗୁଁ ସମାନ ଆପାର୍ଟମେଣ୍ଟରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe