Advertisment

ପରଲୋକରେ ଲୋକପ୍ରିୟ ଅଭିନେତା ଫିଶ୍ ଭେଙ୍କଟ, ଏହି ରୋଗ ସହ ଲଢ଼ୁଥିଲେ ଜୀବନ ଯୁଦ୍ଧ

Advertisment
fish venkatesh

ନୂଆଦିଲ୍ଲୀ: ଦକ୍ଷିଣ ସିନେମାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୋଟା ଶ୍ରୀନିବାସ ରାଓଙ୍କ ପରେ, ଏବେ ବରିଷ୍ଠ ଅଭିନେତା ତଥା ହାସ୍ୟ ଅଭିନେତା ଫିଶ୍ ଭେଙ୍କଟ୍ ଏ ଦୁନିଆରୁ ବିଦାୟ ଦେଇଛନ୍ତି। ମାତ୍ର ୫୩ବର୍ଷ ବସୟରେ ତାଙ୍କର ଦେହାନ୍ତ ହୋଇଛି। କୁହାଯାଉଛି ଯେ, ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର କିଡନୀ ଫେଲ ହେବା ଯୋଗୁଁ ମୃତ୍ୟୁ ହୋଇଛି।

ଫିସ୍ ଭେଙ୍କଟ୍ ଗତ କିଛି ମାସ ଧରି କିଡନୀ ସମସ୍ୟାରେ ପୀଡିତ ଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିବା ଜଣାଯାଇଛି।

ଯେତେବେଳେ ଫିସ୍ ଭେଙ୍କଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ତାଙ୍କ ପରିବାର ମଧ୍ୟ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ। ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବା ସମୟରେ ତାଙ୍କ ଝିଅ କହିଥିଲେ, 'ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା‌ ଭଲ ନାହିଁ। ତାଙ୍କର କିଡନୀ ପ୍ରତିରୋପଣ ଆବଶ୍ୟକ, ଯାହା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି।'

ଫିସ୍ ଭେଙ୍କଟ୍ ୨୦୦୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ସମ୍ମାକ୍କା ସାରକ୍କା' ସହିତ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ସୁପରହିଟ୍ ଫିଲ୍ମରେ ନଜର ଆସିଥିଲେ। ଯେଉଁଥିରେ ସେ କେତେବେଳେ ଖଳନାୟକ ଭାବରେ ତ କେତେବେଳେ ଜଣେ ହାସ୍ୟ ଅଭିନେତା ଭାବରେ ଲୋକଙ୍କ ହୃଦୟ ଜିତିଥିଲେ। ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ୨୦୨୫ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'କଫି ୱିଥ୍ ଏ କିଲର୍'ରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe