କୋର୍ଟରେ ହାଜର ହୋଇ ବିଚାରପତିଙ୍କୁ ଦର୍ଶନ କହିଲେ, ‘ମହାଶୟ ମୋତେ ବିଷ ଦେବାକୁ ଆଦେଶ ଦିଅନ୍ତୁ’

ଜେଲରେ ଉପଯୁକ୍ତ ସୁବିଧା ନ ପାଇବାରୁ ଦର୍ଶନ ବିରକ୍ତ ହୋଇ ବିଚାରପତିଙ୍କ ସମ୍ମୁଖରେ କହିଛନ୍ତି, 'ମହାଶୟ ମୋ ଉପରେ ଦୟା କରନ୍ତୁ ମୋତେ ବିଷ ଦେବାକୁ ଆଦେଶ ଦିଅନ୍ତୁ।’ଦର୍ଶନଙ୍କ ଏପରି କଥା ଶୁଣି ବିଚାରପତି କହିଥିଲେ, ‘ଧୈର୍ଯ୍ୟ ଧରିବାକୁ ହେବ। ଆପଣ ଯେଉଁଭଳି କଥା କହୁଛନ୍ତି ତାହା ଠିକ ନୁହେଁ।

New Project (31)

ନୂଆଦିଲ୍ଲୀ: ରେଣୁକାସ୍ବାମୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶନ ଏବଂ ତାଙ୍କ ହିରୋଇନ୍ ପବିତ୍ରା ଗୌଡ଼ାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ହତ୍ୟା ମାଲାରେ ଦର୍ଶନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି।  ନିକଟରେ କୋର୍ଟର ଦ୍ୱାରସ୍ଥ ହୋଇ ଦର୍ଶନ ଜେଲ ଭିତରର ଯନ୍ତ୍ରଣା ବଖାଣିଛନ୍ତି।  

ଜେଲରେ ଉପଯୁକ୍ତ ସୁବିଧା ନ ପାଇବାରୁ ଦର୍ଶନ ବିରକ୍ତ ହୋଇ ବିଚାରପତିଙ୍କ ସମ୍ମୁଖରେ କହିଛନ୍ତି, 'ମହାଶୟ ମୋ ଉପରେ ଦୟା କରନ୍ତୁ ମୋତେ ବିଷ ଦେବାକୁ ଆଦେଶ ଦିଅନ୍ତୁ।’

ଦର୍ଶନଙ୍କ ଏପରି କଥା ଶୁଣି ବିଚାରପତି କହିଥିଲେ, ‘ଧୈର୍ଯ୍ୟ ଧରିବାକୁ ହେବ। ଆପଣ ଯେଉଁଭଳି କଥା କହୁଛନ୍ତି ତାହା ଠିକ ନୁହେଁ। ଏପରି କୁହାଯାଏ ନାହିଁ।’

କେବଳ ଏତିକି ନୁହେଁ ଦର୍ଶନ ବିଚାରପିତିଙ୍କୁ କହିଥିଲେ, ‘ମୁଁ ଜେଲକୁ ଆସିବାର ଗୋଟିଏ ମାସ ହୋଇଗଲାଣି। ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ବି ସୂର୍ଯ୍ୟକିରଣ ଦେଖିନାହିଁ, ମୋ ପୋଷାକ ଅପରିଷ୍କାର ହୋଇ ଦୁର୍ଗନ୍ଧ କରୁଛି। ପୋଷାକର ଅନେକ ସ୍ଥାନରେ ଫିମ୍ପି ମାରି ଗଲାଣି। ଏଭଳି ପରିସ୍ଥିତି ଦେଇ ବଞ୍ଚିବା ଅପେକ୍ଷା ମୋର ମୃତ୍ୟୁ ହୋଇଯିବା ଭଲ। ’

ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଅଭିନେତା ଦର୍ଶନ ଜେଲ ଭିତରେ କାହାରି ସହିତ କଥା ହୁଅନ୍ତି ନାହିଁ। ଏମିତି କି ସେ କାହାକୁ ଦେଖା କରିବାକୁ ପସନ୍ଦ ବି କରୁ ନାହାନ୍ତି। ସପ୍ତାହରେ କେବଳ ଦୁଇଥର ତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯାଇଛି। ଏହା ପରେ ମଧ୍ୟ, ଦର୍ଶନଙ୍କ ପରିବାର ସଦସ୍ୟ ତାଙ୍କୁ ଭେଟିବାକୁ ଆସୁନାହାଁନ୍ତି। କେତେବେଳେ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଆସନ୍ତି ଏବଂ ଯାଆନ୍ତି। ଦର୍ଶନଙ୍କ ପୁଅ, ମା, ଭାଇ, କେହି ଏଯାବତ ଦର୍ଶନଙ୍କୁ ଭେଟିବାକୁ ଆସିନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe