ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ନାନୀ ଗତ କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବରେ ନିଜ ପ୍ରଶଂସକଙ୍କୁ ଭଲ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ନିଜ ଅଭିନୟ ବଳରେ ସେ ପ୍ରଶଂସକଙ୍କ ମନ କିିଣିବା ସହ ଲୋକପ୍ରିୟ କଳାକାର ପାଲଟିଛନ୍ତି। ଯେତେବେଳେ ନାନୀଙ୍କ ଫିଲ୍ମ ରିଲିଜ୍ ହୁଏ, ସେ‌ତେବେଳେ ପରିବାର ସହିତ ଲୋକମାନେ ଫିଲ୍ମ ଦେଖିବାକୁ ଯାଆନ୍ତି। କାରଣ ତାଙ୍କ ଫିଲ୍ମରେ ଅଶ୍ଳୀଳତା ନଥାଏ ଏବଂ ପରିବାର ସହ ବସି ଦେଖିବା ଭଳି ଫିଲ୍ମ ଥାଏ। ଏବେ ଅଭିନେତାଙ୍କ ଫିଲ୍ମ 'ସାରିପୋଧା ସନିବାରମ' ରିଲିଜ୍ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଫିଲ୍ମଟି ଭଲ ଆୟ କରୁଥିବା ଜଣାଯାଇଛି।

Advertisment

ଏହି ଫିଲ୍ମ ପରେ ଏବେ ନାନୀଙ୍କର ଦୁଇଟି ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ । ଗୋଟିଏ ହେଉଛି ଶ୍ରୀକାନ୍ତ ଓଡେଲାଙ୍କ 'ନାନୀଓଡେଲା-୨' ଓ ଅନ୍ୟଟି ହେଉଛି 'ହିଟ୍-୩'। ଏହି ୨ଟି ଫିଲ୍ମ ରିଲିଜ୍ ପୂର୍ବରୁ ନାନୀ ଛୋଟ ପିଲାମାନଙ୍କୁ ଫିଲ୍ମ ନଦେଖାଇବାକୁ କହିଛନ୍ତି। 

ତାଙ୍କ କହିବା ମୁତାବକ, “ଫିଲ୍ମ ଦଶହରା ସମୟରେ ମୁଁ ଭାବୁଥିଲି ଯେ, ଛୋଟ ପିଲାମାନେ ମୋ ଫିଲ୍ମ ଦେଖିବାକୁ ଯିବା ଉଚିତ୍ କି? କାରଣ ଏଥିରେ ମୁଣ୍ଡ କଟିବାର ଦୃଶ୍ୟ ଥିଲା। ହେଲେ ଏବେ ରିଲିଜ୍ ହୋଇଥିବା ଫିଲ୍ମ 'ସାରିପୋଧା ସନିବାରାମ'ରେ ସେଭଳି କିଛି ସମସ୍ୟ ନାହିଁ।  ଏଥିରେ ହିଂସା ଅଛି କିନ୍ତୁ ଏହାକୁ ସମସ୍ତେ ଦେଖିପାରିବେ । କିନ୍ତୁ ପିଲାମାନେ ମୋର ପରବର୍ତ୍ତୀ ଚଳଚ୍ଚିତ୍ରଠାରୁ ଦୂରରେ ରହିବା ଉଚିତ୍ । ଏହା ବହୁତ ଶୀଘ୍ର ରିଲିଜ୍ ହେବ।” ନାନି କୌଣସି ଫିଲ୍ମର ନାମ ନନେଇ ଏଭଳି କହିଥିବାରୁ ସେ କେଉଁ ଫିଲ୍ମ ବିଷୟରେ କହୁଥିଲେ, ତାହା ସାମ୍ନାକୁ ଆସିନାହିଁ। 

ଏ ଖବର ପଢ଼ନ୍ତୁ- https://sambad.in/sports/yuvraj-singhs-father-yograj-launches-verbal-attack-on-kapil-dev-says-world-would-spit-on-you-6945700