ସାମ୍ନାକୁ ଆସିଲା 'ଦସରା'ର ଟିଜର, ଦମଦାର ଲୁକ୍ ଓ କାହାଣୀ ନନିଙ୍କୁ କରିବ କି ପ୍ୟାନ ଇଣ୍ଡିଆ ଷ୍ଟାର? ଜ

Advertisment
ସାମ୍ନାକୁ ଆସିଲା 'ଦସରା'ର ଟିଜର, ଦମଦାର ଲୁକ୍ ଓ କାହାଣୀ ନନିଙ୍କୁ କରିବ କି ପ୍ୟାନ ଇଣ୍ଡିଆ ଷ୍ଟାର? ଜ

telugu360

ମୁମ୍ବାଇ: ଦର୍ଶକ 'ପୁଷ୍ପା', 'ଆରଆରଆର', 'କେଜିଏଫ-୨' ଭଳି ପାୱାର ପ୍ୟାକ୍ ଫିଲ୍ମକୁ ଭୁଲି ନଥିବା ବେଳେ ଏବେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି ଆଉ ଜଣେ ଦକ୍ଷିଣ ଅଭିନେତା। ନ୍ୟାଚୁରାଲ ଷ୍ଟାର ଭାବେ ଜଣାଶୁଣା ଅଭିନେତା ନନିଙ୍କର ଆଜି ଆଗାମୀ ଫିଲ୍ମର ଟିଜର ରିଲିଜ ହୋଇଛି। ଫିଲ୍ମର ନାଁ 'ଦସରା' ଥିବା ବେଳେ ଏହା ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ ହେବ ବୋଲି ଟିଜରରେ କୁହାଯାଇଛି। ଏହି ଆକ୍ସନ୍ ଡ୍ରାମା ଫିଲ୍ମ 'ଦସରା'ର ଟିଜରରେ ନନିଙ୍କ ଲୁକ୍ ଏବଂ ତାଙ୍କ ଅଭିନୟ ଦେଖି ଲୋକଙ୍କ ଲୋମ ଟାଙ୍କୁରି ‌ହୋଇ ଉଠିଛି। ଟିଜର ଆସିବା ପରେ ଏବେ ଟ୍ରେଲରକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ।

ଏହି ଫିଲ୍ମର କାହାଣୀ, ଆକ୍ସନ, ନନିଙ୍କ ଡାଏଲଗ ଓ ଅଭିନୟ ତାଙ୍କୁ ପ୍ୟାନ ଇଣ୍ଡିଆ ଷ୍ଟାର କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନ 'ପୁଷ୍ପା'ରୁ, ୟଶ 'କେଜିଏଫ'ରୁ, ପ୍ରଭାସ 'ବାହୁବଲୀ'ରୁ ପ୍ୟାନ ଇଣ୍ଡିଆ ଷ୍ଟାର ହୋଇଥିବା ବେଳେ ନନି 'ଦସରା'ରୁ ପ୍ୟାନ ଇଣ୍ଡିଆ ଷ୍ଟାର ହେବେ ବୋଲି କୁହାଯାଉଛି।

ତେବେ ୨୦୦୮ରେ ତେଲୁଗୁ ଚଳଚ୍ଚିତ୍ର 'ଅଷ୍ଟା ଚମ୍ମା' ସହିତ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ନନି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରିଛନ୍ତି। ପରଦାରେ ରୋମାନ୍ସ ହେଉ କି କମେଡି ହେଉ କିମ୍ବା କୌଣସି ଗମ୍ଭୀର ଚରିତ୍ର ହେଉ, ନନି ସବୁଥିରେ ଜୀବନ୍ତ ଅଭିନୟ କରିଛନ୍ତି। ସେଥିପାଇଁ ପ୍ରଶଂସକମାନେ ତାଙ୍କୁ ନ୍ୟାଚୁରାଲ ଷ୍ଟାରର ଟ୍ୟାଗ୍ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe