ପ୍ରବଳ ଜ୍ବର ସହିତ ନିଶ୍ବାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର

Advertisment
ପ୍ରବଳ ଜ୍ବର ସହିତ ନିଶ୍ବାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର

ନୂଆଦିଲ୍ଲୀ: ଦକ୍ଷିଣ ଅଭିନେତା ମୋହନଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି।  ତାଙ୍କୁ ଜ୍ବର ସହିତ ନିଶ୍ୱାସ ନେବାରେ ଅସୁବିଧା ହେବାପରେ ମୋହନଲାଲଙ୍କୁ କୋଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ମୋହନଲାଲଙ୍କ ଚିକିତ୍ସାରେ ବ୍ୟସ୍ତ ଅଛନ୍ତି।

ମୋହନଲାଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଖାନା ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ, ମୋହନଲାଲଙ୍କୁ ଔଷଧ ଦିଆଯାଉଛି ।ଏଥିସହ ଆସନ୍ତା ପାଞ୍ଚ ଦିନ ଗହଳିରୁ ତାଙ୍କୁ ଦୂରରେ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ମୋହନଲାଲଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ପାଇବା ପ‌ରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇଯିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଇଣ୍ଡଷ୍ଟ୍ରି ଟ୍ରାକର ଶ୍ରୀଧର ପିଲ୍ଲାଇ ମୋହନଲାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନିଶ୍ଚିତ କରି ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସପିଟାଲର ଅଧିକାରିକ ବିବୃତି ସେୟାର କରିଛନ୍ତି।

ଅଗଷ୍ଟ ୧୬ ତାରିଖରେ ଡାକ୍ତରଖାନା ଦ୍ବାରା ଜାରି କରାଯାଇଥିବା ଡାକ୍ତରୀ ବିବୃତିକୁ ନେଇ କହିଛନ୍ତି “ମୁଁ ମୋହନଲାଲ, ୬୪ ବର୍ଷ ବୟସ୍କ ପୁରୁଷଙ୍କ ଏମଆରଡି ନମ୍ବର ୧୧୯୮୧୬୮ ପରୀକ୍ଷା କରିଛି। ତାଙ୍କୁ ପ୍ରବଳ ଜ୍ୱର, ନିଶ୍ବାସ ନେବାରେ ଅସୁବିଧା ହେଉଛି।  ଏଥିସହିତ ମାଂସପେଶୀରେ ଯନ୍ତ୍ରଶା ହେଉଛି। ଆଗାମୀ ୫ ଦିନ ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ସହିତ ବିଶ୍ରାମ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe