DNA India
ମୁମ୍ବାଇ: ପରଲୋକରେ ବହୁ ପରିଚିତ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଏସ୍ପି ବାଲାସୁବ୍ରମଣ୍ୟମ। ତାଙ୍କ ଦେହାନ୍ତ ପରେ ବଲିଉଡ୍ ସମେତ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଛି। କେବଳ ଦେଶ ନୁହେଁ, ୪୦ ହଜାରରୁ ଅଧିକ ଗୀତ ଗାଇଥିବା ଏହି ବହୁ ପରିଚିତ କଣ୍ଠଶିଳ୍ପୀ ତାଙ୍କ କଳା ପାଇଁ ସାରା ବିଶ୍ବରେ ପରିଚିତ। ତାଙ୍କୁ ମନେପକାଇ ସିନେମା, ସଂଗୀତ, ଖେଳ ଆଦି ବିଭିନ୍ନ କ୍ଷେତ୍ରରୁ ଜଣାଶୁଣା ବ୍ୟକ୍ତି ତାଙ୍କ ଉଦ୍ଦେଶ୍ୟରେ ଶୋକପୂର୍ଣ୍ଣ ଟ୍ବିଟ୍ କରିଛନ୍ତି।
କ୍ରିକେଟ୍ ତାରକା ଗୌତମ ଗମ୍ଭୀର ତାଙ୍କ ଟ୍ବିଟ୍ ପୋଷ୍ଟ୍ରେ ଲେଖିଛନ୍ତି, ‘ସବୁ ସମୟର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ ଏସପି ବାଲାସୁବ୍ରମଣ୍ୟମ ସାରଙ୍କ ଆତ୍ମା ​​ସ୍ୱର ଆମ ହୃଦୟରେ ସବୁଦିନ ପାଇଁ ରହିବ! ସେ ଅପୂରଣୀୟ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା।’
ଭାଇଜାନ୍ ସଲମାନ ଟ୍ବିଟ୍ କରି ଲେଖିଛନ୍ତି, ‘ଏସପି ବାଲାସୁବ୍ରମଣ୍ୟମ୍ ସାରଙ୍କ ବିଷୟରେ ଅତ୍ୟନ୍ତ ହୃଦୟ ବିଦାରକ କଥା ଶୁଣିବାକୁ ମିଳିଲା। ଆପଣ ଆପଣଙ୍କ ସଂଗୀତ ଜରିଆରେ ସବୁଦିନ ପାଇଁ ବଞ୍ଚିବେ ! ପରିବାର ପାଇଁ ସମବେଦନା।’
ସେହିପରି ସିନେ ନିର୍ମାତା ରାମ ଗୋପାଳ ବର୍ମା ଲେଖିଛନ୍ତି, ‘କଥାଟି କେବଳ ନିଜେ ବଞ୍ଚିବାରେ ସିମୀତ ନୁହେଁ ବରଂ ଜଣେ ଜୀବିତ ଥିବା ଅବସ୍ଥାରେ ଅନ୍ୟ କେତେ ଜଣଙ୍କ ଜୀବନକୁ ପ୍ରଭାବିତ କରୁଥିଲା, ତାହା ଗୁରୁତ୍ବପୂର୍ଣ୍ଣ । ଏସ ପି ବାଲାସୁବ୍ରମଣ୍ୟମଙ୍କ ଶରୀରର ଖେଳ ସରି ଯାଇଥିଲେ ବି ସଂଗୀତ ବଞ୍ଚିଥିବା ପର୍ଯ୍ୟନ୍ତ ସେ ବଞ୍ଚି ରହିବେ।’
ସେହିପରି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଲେଖିଛନ୍ତି, ‘ଆପଣଙ୍କ ଆତ୍ମାର ସଦ୍ଗତି ହେଉ। ଆପଣ ସୁସ୍ଥ ହେଉଥିବା ଖବର ଶୁଣି ଆମେ ବେଶ୍ ଆଶାବାଦୀ ଥିଲୁ।’
Follow Us