ସାବତ ପୁଅ ଅର୍ଜୁନଙ୍କ ସହ ଏମିତି ଥିଲା ଶ୍ରୀଦେବୀଙ୍କ ସଂପର୍କ, ଜାଣନ୍ତୁ କ’ଣ କହନ୍ତି ପଡ଼ୋଶୀ

ସାବତ ପୁଅ ଅର୍ଜୁନଙ୍କ ସହ ଏମିତି ଥିଲା ଶ୍ରୀଦେବୀଙ୍କ ସଂପର୍କ, ଜାଣନ୍ତୁ କ’ଣ କହନ୍ତି ପଡ଼ୋଶୀ

ମୁମ୍ବାଇ: ସାବତ ମାଆଙ୍କ ସଂପର୍କ ପିଲାମାନଙ୍କ ସହ ସାଧାରଣତଃ କିପରି ଥାଏ ତାହା ତ ସମସ୍ତେ ଜାଣନ୍ତି। ସେଇଭଳି ଜଣେ ସାବତ ମାଆ ହେଉଛି ବନି କପୁରଙ୍କ ପତ୍ନୀ ତଥା ସୁପରିଚିତା ଅଭିନେତ୍ରୀ ଶ୍ରୀଦେବୀ। ଆପଣ ଜାଣିଥିବେ ନିଶ୍ଚୟ ଅଭିନେତା ଅର୍ଜୁନ କପୁର୍‌ ହେଉଛନ୍ତି ଶ୍ରୀଦେବୀଙ୍କୁ ସଉତୁଣୀ ଅର୍ଥାତ ବନି କପୁରଙ୍କ ପ୍ରଥମ ପତ୍ନୀଙ୍କ ପୁଅ। କ’ଣ ଶ୍ରୀଦେବୀ ବି ଥିଲେ ଜଣେ ସାଧାରଣ ସାବତ ମାଆ, ସେ ବି କ’ଣ ନିଜର ସଉତୁଣୀଙ୍କ ପୁଅକୁ ସହ୍ୟ କରୁନଥିଲେ? ଚାଲନ୍ତୁ ଜାଣିବା କ’ଣ କହନ୍ତି ପାଖ ପଡ଼ୋଶୀ।

publive-image

ଉଲ୍ଲେଖଯୋଗ୍ୟ, ପଯୋଜକ ବନି କପୁର ଶ୍ରୀଦେବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେ ଦୁହିଁଙ୍କର ଜାନଭୀ ଏବଂ ଖୁସି ନାମ୍ନୀ ଦୁଇ ଝିଅ ମଧ୍ୟ ଅଛନ୍ତି। ତେବେ, ବନିଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଅର୍ଜୁନ କପୁର୍‌ ପୂର୍ବରୁ କେତେ ଥର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ବାପାଙ୍କ ଦ୍ୱିତୀୟ ପରିବାର ସହ କୌଣସି ସଂପର୍କ ରଖିନାହାନ୍ତି। ତେବେ, ପଡ଼ୋଶୀଙ୍କ କହିବା ମୁତାବକ ଶ୍ରୀଦେବୀ ଏବଂ ତାଙ୍କ ସାବତ ପୁଅ ଅର୍ଜୁନ ଭିତରେ କେବେ କୌଣସି ମନମାଳିନ୍ୟ ହେବାର ସେମାନେ ଦେଖିନାହାନ୍ତି। ଏଠାରେ ଆମେ ଜଣାଇ ଦେଉଛୁ ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ବେଳକୁ ଅମ୍ରିତସରରେ ଥିଲେ ଅର୍ଜୁନ। ମାତ୍ର ଖବର ପାଇବା କ୍ଷଣି ତୁରନ୍ତ ଆସି ସେ ମୁମ୍ବାଇର ନିଜ ବାସଭବନରେ ପହଞ୍ଚିଛନ୍ତି। ଶେଷକୃତ୍ୟ ବି ଅର୍ଜୁନ ହିଁ କରିବେ। ଏଥରୁ ସ୍ପଷ୍ଟ ହେଉଛି ଯେ ଶ୍ରୀଦେବୀ ଓ ଅର୍ଜୁନଙ୍କ ଭିତରେ ଉତ୍ତମ ମାଆ-ପୁଅଙ୍କ ପରି ସଂପର୍କ ନଥିଲେ ବି ସାବତ ମାଆ-ପୁଅଙ୍କ ପରି ମନୋମାଳିନ୍ୟ ବି ନଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe