‘ଲଗାନ୍‌’ ଉଇକେଟକିପରଙ୍କ ପତନ, ବଲିଉଡରେ ଶୋକ

‘ଲଗାନ୍‌’ ଉଇକେଟକିପରଙ୍କ ପତନ, ବଲିଉଡରେ ଶୋକ

photo-navbharattimes

ମୁମ୍ବାଇ: ବଲିଉଡର ମିଷ୍ଟର ଫରଫେକସନିଷ୍ଟ୍‍ ଅମୀର୍‌ ଖାନଙ୍କ ଅଭିନୀତ ସୁପରହିଟ୍‌ ସିନେମା ‘ଲଗାନ୍‌’ ରେ ଉଇକେଟକିପର ଭୂମିକା ନିଭାଇଥିବା ପ୍ରଖ୍ୟାତ ଅଭିନେତା ଶ୍ରୀବଲ୍ଲଭ ବ୍ୟାସଙ୍କର ଗତକାଲି ସକାଳେ ପରଲୋକ ଘଟିଛି। ବେଶ୍‌ କିଛି ବର୍ଷ ଧରି ଅସୁସ୍ଥ ଥିବା ଏହି ଅଭିନେତାଙ୍କର ରାଜସ୍ଥାନର ଜୟପୁରଠାରେ ଦେହାନ୍ତ ହୋଇଛି। ଶ୍ରୀବଲ୍ଲଭ ବ୍ୟାସ ୨୦୦୮ ମସିହାରେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ନିୟମିତ ଚିିକିତ୍ସିତ ହେଉଥିଲେ ମୁମ୍ବାଇରେ। କିନ୍ତୁ ଆର୍ଥିକ ଦୁରବସ୍ଥା ଯୋଗୁଁ ପରିବାର ଲୋକେ ତାଙ୍କୁ ଜୈସଲମେରରେ ଚିକିତ୍ସିତ କରାଇଲେ। ଏହାପରେ ତାଙ୍କୁ ଜୟପୁରରେ ଚିକିତ୍ସିତ କରାଇଥିଲେ।

publive-image PHOTO-NAVBHARATTIMES

ସେ ଜଣେ ମଞ୍ଚ ଅଭିନେତା। ପରେ ଶ୍ରୀବଲ୍ଲଭ ବ୍ୟାସ ଚଳଚ୍ଚିତ୍ରଜଗତକରେ ପ୍ରବେଶ କରିଥିଲେ। ସେ ଜନ୍‌ ମେଥ୍ୟୁ ମଥାନଙ୍କ ନିର୍ଦ୍ଦେଶିତ ତଥା ଅମୀର୍‌ ଖାନଙ୍କ ଅଭିନୀତ ସୁପରହିଟ୍‌ ସିନେମା‘ସରଫରୋସ୍‌’ରେ ଅଭିନୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ତାଙ୍କୁ ‘ଲଗାନ୍‌’ , ‘ସତ୍ତା’ଏବଂ ‘୧୯୨୦’ ସମେତ ୬୦ରୁ ଅଧିକ ସିନେମାରେ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା। ତେବେ‘ଲଗାନ୍‌’ ରେ ଉଇକେଟ କିପର ଈଶ୍ୱର କାକା ଭୂମିକା ନିଭାଇ ଚର୍ଚ୍ଚିତ ହୋଇଥିଲେ।ସେ କେତେକ ଟେଲି ଧାରାବାହିକରେ ବି ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe