ଦୁବାଇର ଜନୈକ ସରକାରୀ ଓକିଲଙ୍କ ବୟାନ୍‌ : ଶ୍ରୀଦେବୀଙ୍କ ମୃତ୍ୟୁ ଲାଗି ଆଗରୁ ଷଡଯନ୍ତ୍ର ରଚା ଯାଇଥିଲା !

Advertisment
ଦୁବାଇର ଜନୈକ ସରକାରୀ ଓକିଲଙ୍କ ବୟାନ୍‌ : ଶ୍ରୀଦେବୀଙ୍କ ମୃତ୍ୟୁ ଲାଗି ଆଗରୁ ଷଡଯନ୍ତ୍ର ରଚା ଯାଇଥିଲା !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତକୁ ନେଇ ସସପେନସ୍‌ ଜାରି ଥିବା ବେଳେ ଦୁବାଇର ଜନୈକ ସରକାରୀ ଓକିଲ ଏହାକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ଶ୍ରୀଦେବୀଙ୍କ ମୃତ୍ୟୁ ଲାଗି ଆଗରୁ ଷଡଯନ୍ତ୍ର ରଚା ଯାଇଥିଲା। ଏହାର ପର୍ଦ୍ଦାଫାସ କରିବାକୁ ଦୁବାଇ ପୁଲିସ୍‌ ପ୍ରଚେଷ୍ଟା ଜାରି ରଖିଛି। ସେ କହିଛନ୍ତି ଯେ ଏଭଳି ଅସ୍ୱାଭାବିକ ମୃତ୍ୟୁ ଘଟିଲେ ଦୁବାଇରେ ଯେଉଁ ଆଇନଗତ ବ୍ୟବସ୍ଥା ରହିଛି ତାହାକୁ ପୂରଣ କରିବାଲାଗି ଅତି କମରେ ତିନି ଦିନ ଲାଗିଥାଏ।

publive-image photo--amarujala

ଖାସ୍‌ କରି ଶ୍ରୀଦେବୀ ଜଣେ ବଡ଼ ସେଲିବ୍ରିଟି ହୋଇଥିବା ହେତୁ ଏହାକୁ ଅଧିକ ଗମ୍ଭୀରତାର ସହ ନେଇଛି ପୁଲିସ୍‌। ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର କି ନା ତାହା ଜାଣିବାକୁ ପ୍ରୟାସ ଚାଲିଛି।ଶ୍ରୀଦେବୀ କେବେ ବି ମଦ ପିଅନ୍ତି ନାହିଁ ବୋଲି କୁହାଯିବାପରେ ତାଙ୍କର ରକ୍ତରୁ ଆଲକୋହଲ୍‌ ମିଳିଥିବା ଘଟଣାକୁ ଅଧିକ ସନ୍ଦେହଜନକ କରୁଥିବା ମନେ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe