ଅପରାହ୍ନରେ ମୁମ୍ବାଇରେ ପହଞ୍ଚିବ ଶ୍ରୀଦେବୀଙ୍କର ପାର୍ଥିବ ଶରୀର

Advertisment
ଅପରାହ୍ନରେ ମୁମ୍ବାଇରେ ପହଞ୍ଚିବ ଶ୍ରୀଦେବୀଙ୍କର ପାର୍ଥିବ ଶରୀର

photo-youtube

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ପ୍ରକୃତ ନାମ ହେଲା ଶ୍ରୀ ଆମ୍ମା ୟାଙ୍ଗର ଆୟାଗନ୍‌। ସେ ୧୯୬୩ରେ ଅଗଷ୍ଟ ୧୩ ତାରିଖରେ ତାମିଲନାଡ଼ୁର ଶିବକାଶୀରେ ଜନ୍ମଗ୍ରହଣ କରିଥିଲେ।

ମାତ୍ର ୪ ବର୍ଷ ବୟସରେ ଶିଶୁ କଳାକାର ଭାବେ ଶ୍ରୀଦେବୀ ‘ଥୁନାଇଭାନ୍‌’ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବଲିଉଡ଼୍‍ରେ ତାଙ୍କୁ ସୁପରହିଟ୍‌ ଫିଲ୍ମ ‘ଜୁଲି’ (୧୯୭୫)ରେ ଶିଶୁ କଳାକାର ଭାବେ ବ୍ରେକ୍‌ ମିଳିଥିଲା।୧୯୭୮ରେ ରିଲିଜ୍‌ ହୋଇଥିବା ‘ସୋଲ୍‌ଭା ସାଓ୍ଵନ୍‌’ରେ ନାୟିକାଭାବେ ବଲିଉଡ଼୍‍ରେ ଡ଼େବ୍ୟୁ କରିଥିଲେ।

ତେବେ  ୧୯୮୩ରେ ରିଲିଜ୍‌ ହୋଇଥିବା ‘ହିମ୍ମତଓ୍ଵାଲା’ରେ ଜିତେନ୍ଦ୍ରଙ୍କ ବିପକ୍ଷରେ ନାୟିକା ସାଜି ଶ୍ରୀଦେବୀ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଏହାପରେ ଶ୍ରୀଦେବୀଙ୍କୁ ଜିତେନ୍ଦ୍ର,ରାଜେଶ ଖାନ୍ନା,ଅମିତାଭ ବଚ୍ଚନ,ମିଥୁନ ଚକ୍ରବର୍ତ୍ତୀ,ସଂଜୟ ଦତ୍ତ,ଅନୀଲ କପୁର,ଜ୍ୟାକି ଶ୍ରଫ୍‌,ବିନୋଦ ଖାନ୍ନା,ସନ୍ନି ଦେଓଲ ,ଋଷି କପୁର,ରଜନୀକାନ୍ତ ପ୍ରମୁଖ ଜଣାଶୁଣା ନାୟକଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ତାଙ୍କର କେତେକ ଉଲ୍ଲେଖନୀୟ ସିନେମା ହେଲା-ହିମ୍ମତଓ୍ଵାଲା,ତୋହଫା,ଜଷ୍ଟିସ ଚୌଧୁରୀ,ମଓ୍ଵାଲି,ଖୁଦାଗବାହ,ଚାଲବାଜ୍‌,ଲମହେ,ନଗୀନା, ମିଷ୍ଟର ଇଣ୍ଡିଆ ଓ ଜୁଦାଇ ଆଦି। ଭାରତ ସରକାର ଶ୍ରୀଦେବୀଙ୍କୁ ୨୦୧୩ରେ ପଦ୍ମଶ୍ରୀ  ସମ୍ମାନରେ ସମ୍ମାନିତ କରିଥିଲେ। ସେ ଲମ୍‌ହେ,ଚାଲବାଜ୍‌ ,ନଗୀନା ଓ ମିଷ୍ଟର ଇଣ୍ଡିଆ ଭଳି ହିନ୍ଦୀ ସିନେମାରେ ଉଚ୍ଚକୋଟିର ଅଭିନୟ ଲାଗି ଫିଲ୍ମ ଫେଆର୍‌ ଆଓ୍ଵାର୍ଡ଼ ଲାଭ କରିଥିଲେ।

ଶ୍ରୀଦେବୀ ଜଣେ ପ୍ରଯୋଜିକା ମଧ୍ୟ ବିଖ୍ୟାତ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଥିଲେ ଶ୍ରୀଦେବୀ । ତାଙ୍କ ଦୁଇ କନ୍ୟା ଜାହ୍ନବୀ କପୁର ଓ ଖୁସି କପୁରଙ୍କ ମଧ୍ୟରୁ ଜାହ୍ନବୀ କୁପର ଏବେ ନୂଆ ଫିଲ୍ମ ‘ଧଡ଼କ୍‌’ରେ ହିରୋଇନ୍‌ ଭାବେ ଡ଼େବ୍ୟୁ କରୁଛନ୍ତି।

publive-image photo-youtube

ଶ୍ରୀଦେବୀ ଦୁବାଇଠାରେ ପୁତୁରା ମୋହିତ୍‌ ମରଓ୍ଵାହାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ହୃଦ୍‌ଘାତରେ ବିଳମ୍ବିତ ରାତ୍ରିରେ ପରଲୋକ ଯାଇଥିଲେ। ଶ୍ରୀଦେବୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବଲିଉଡ଼୍‍ର ଅଧିକାଂଶ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ଆଜି ମୁମ୍ବାଇଠାରେ ତାଙ୍କର ମୃତ ଶରୀର ଅପରାହ୍ନରେ ପହଞ୍ଚିବାପରେ  ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe