ଶେଷ ଚଳଚ୍ଚିତ୍ର ଦେଖିବା ପୂର୍ବରୁ ବୁଜିଲେ ଆଖି! ପରଦାକୁ ଆସିନି ସିନେମା, ଦୁନିଆ ଛାଡ଼ିଲେ ଚାନ୍ଦିନୀ

Advertisment
ଦୁବାଇରେ ଆଇନଗତ ମାମଲାରେ ଫସିଲା ଶ୍ରୀଦେବୀଙ୍କ ମୃତ୍ୟୁମାମଲା, ମରଶରୀର ଆସିବା ଆହୁରି ବିଳମ୍ବ ହେବ

ମୁମ୍ବାଇ: ଏବେ ବି ବିଶ୍ୱାସ ହେଉନାହିଁ ଯେ ଚୀର ସୁନ୍ଦରୀ ଶ୍ରୀଦେବୀ ଆଉ ଏ ସଂସାରରେ ନାହାନ୍ତି। ଶନିବାର ବିଳମ୍ବିତ ରାତ୍ରୀରେ ପୂରା ଦେଶକୁ ଭାବପ୍ରବଣ କରାଇ ଚୀର ନିଦ୍ରାରେ ଶୋଇଯାଇଛନ୍ତି ସଭିଙ୍କ ପ୍ରିୟ ଅଭିନେତ୍ରୀ। ସବୁଠାରୁ ଦୁଃଖର କଥା ହେଉଛି ଶ୍ରୀଦେବୀ ଅଭିନୟ କରିଥିବା ଶେଷ ଚଳଚ୍ଚିତ୍ରକୁ ଦେଖିବା ପୂର୍ବରେ ସେ ଆଖି ବୁଜି ଦେଇଛନ୍ତି। ଆସନ୍ତା ଡିସେମ୍ବରେ ଆସିବ ଶ୍ରୀଦେବୀଙ୍କ ଚଳଚ୍ଚିତ୍ର।

ଉଲ୍ଲେଖଯୋଗ୍ୟ, ଶ୍ରୀଦେବୀ ଶେଷ ଥର ପାଇଁ ଶାହାରୁଖ ଅଭିନୟ କରିଥିବା ‘ଜିରୋ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍‌. ରାୟ। ଏଥିରେ ଅଭିନେତ୍ରୀ କ୍ୟାଟ୍ରିନ୍‌ କୈଫ୍‌ ଓ ଅନୁଷ୍କା ଶର୍ମା ମଧ୍ୟ ଦେଖିବାକୁ ମିଳିବେ। ଶାହାରୁଖ୍‌ ଶ୍ରୀଦେବୀଙ୍କ ସହ ସୁଟିଂ ସେଟ୍‌ରେ ଉଠାଇଥିବା ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ଫଟୋରେ ଶ୍ରୀଦେବୀଙ୍କ ବ୍ୟତୀତ ଅଭିନେତ୍ରୀ କରିସ୍ମା ଓ ଆଲିଆ ଭଟ୍ଟ ଓ କାଜଲ ଆଦି ଦେଖିବାକୁ ମିଳୁଛନ୍ତି। ଆସନ୍ତା ଡିସେମ୍ବର ୨୨ ତାରିଖରେ ଶ୍ରୀଦେବୀ ଅଭିନୟ କରିଥିବା ‘ଜିରୋ’ ପରଦାକୁ ଆସିବ। ଉଲ୍ଲେଖଯୋଗ୍ୟ, ୧୯୯୬ ମସିହାରେ ଶ୍ରୀଦେବୀ ଶାହାରୁଖଙ୍କ ସହ ‘ଆର୍ମି’ ଚଳଚ୍ଚିତ୍ରରେ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe