‘କେଜିଏଫ୍‌’ରେ ଯେତିକି ପାରିଶ୍ରମିକ ନେଇଥିଲେ ‘କୋବ୍ରା’ରେ ତାହାର ଦୁଇଗୁଣ ‌ନେଇଛନ୍ତି ଶ୍ରୀନିଧି

Advertisment
‘କେଜିଏଫ୍‌’ରେ ଯେତିକି ପାରିଶ୍ରମିକ ନେଇଥିଲେ ‘କୋବ୍ରା’ରେ ତାହାର ଦୁଇଗୁଣ ‌ନେଇଛନ୍ତି ଶ୍ରୀନିଧି

ଇଣ୍ଡିଆଟୁଡେ

ମୁମ୍ବାଇ: ‘କେଜିଏଫ୍‌’ ଫେମ୍‌ ଶ୍ରୀନିଧି ସେଟ୍ଟୀଙ୍କୁ ତ ଆପଣ ଜାଣିଥିବେ ନିଶ୍ଚୟ। ‘କେଜିଏଫ୍‌’ ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କ ପ୍ରିୟ ପାଲଟିଥିବା ଶ୍ରୀନିଧି ଏବେ ତାମିଲ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମଟିର ନାଁ ‘କୋବ୍ରା’। ଚଳଚ୍ଚିତ୍ରଟି ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେଜିଏଫ୍‌ ଚଳଚ୍ଚିତ୍ର ପାଇଁ ଶ୍ରୀନିଧି ଯେତିକି ଟଙ୍କା ନେଇଥିଲେ ‘କୋବ୍ରା’ ପାଇଁ ତା’ର ଦ୍ବିଗୁଣ ପାରିଶ୍ରମିକ ନେଉଛନ୍ତି।

‘କେଜିଏଫ୍‌’ ସିରିଜ୍‌ରେ ଶ୍ରୀନିଧି ରୀନା ଭୂମିକାରେ ଅବତୀର୍ଣ୍ଣ ହୋଇଥଲେ। ଏହି ଭୂମିକା ପାଇଁ ତାଙ୍କୁ ଅନେକ ଗ୍ରହଣୀୟତା ମିଳିଛି। ‘କେଜିଏଫ୍‌’ ଫିଲ୍ମ  ପରେ ପରେ ଶ୍ରୀନିିଧି ତାଙ୍କ ଚଳଚ୍ଚିତ୍ର ‘କୋବ୍ରା’ ପାଇଁ ପ୍ରମୋସନ୍‌ ଆରମ୍ଭ କରି ଦେଇଛନ୍ତି।

ନିକଟରେ ଜୁଲାଇ ୧୧ ତାରିଖରେ ‘କୋବ୍ରା’ର ଅଡିଓ ରିଲିଜ୍‌ ଉତ୍ସବରେ ଶ୍ରୀନିଧି ଉପସ୍ଥିତ ରହିଥିଲେ। ତେବେ ‘କୋବ୍ରା’ ଚଳଚ୍ଚିତ୍ରରେ ଶ୍ରୀନିଧିଙ୍କ ଦରମା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

‘କେଜିଏଫ୍‌’ ଚାପ୍ଟର-୧ର ସଫଳତା ପରେ ଚାପ୍ଟର-୨ ପାଇଁ ଶ୍ରୀନିଧି ୩ କୋଟି ଟଙ୍କା ଦାବି କରିଥିଲେ। ଥରେ ଭାବନ୍ତୁ ତ ‘କୋବ୍ରା’ ଚଳଚ୍ଚିତ୍ର ପାଇଁ ସେ ତାହାର ଦ୍ବିଗଣ ଟଙ୍କା ଦାବି କରିଛନ୍ତି।

‘କୋବ୍ରା’ ‌ହେଉଛି ଏକ ଆକ୍ସନ ଥି୍ଲର୍ସ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଜ୍ଞାନମୁଥୁ। ଏହି ଫିଲ୍ମରେ ଚିଆଁ ବିକ୍ରମ, ପୂର୍ବତନ କ୍ରିକେଟର ଇର୍ଫାନ ପଠାନ୍‌, ମିଆ ଜର୍ଜ ଏବଂ ରୋଶନ ମାଥିୱ ଆଦି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe