ଉତ୍ତମଙ୍କ ବଦଳରେ ଶ୍ରୀରାମ ସ୍ଥାନ ପାଇଥିଲେ ଏହି ସିନେମାରେ!

ଉତ୍ତମଙ୍କ ବଦଳରେ ଶ୍ରୀରାମ ସ୍ଥାନ ପାଇଥିଲେ ଏହି ସିନେମାରେ!

ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ସମୟରେ ଉଭୟ ଉତ୍ତମ ମହାନ୍ତି ଓ ଶ୍ରୀରାମ ପଣ୍ଡାଙ୍କର ରାଜ୍‌ ଥିଲା। ସେ ଦୁହେଁ ପରସ୍ପରର ପ୍ରତିଦ୍ୱନ୍ଦୀ ଭାବେ ଠିଆ ହୋଇଥିଲେ।ଏମିତି ବି କେତେ ଥର ଘଟିଛି,ଯେଉଁ ସମୟରେ ଉତ୍ତମଙ୍କୁ ମିଳିଥିବା ସିନେମାରେ ଶ୍ରୀରାମ ପରେ ଅଭିନୟ କରିଥିଲେ।

ଏମିତିକା ଘଟଣା ଥରେ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ହରିଶ୍‌ ମହାନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ର ଓ ସୂର୍ଯ୍ୟ ମିଶ୍ର ପ୍ରମୁଖଙ୍କର ସହକାରୀ ଭାବେ କାର୍ଯ୍ୟ କରିବା ପରେ ସ୍ୱାଧୀନ ଭାବେ ଏକ ଚଳଚ୍ଚିତ୍ରର ନିର୍ଦ୍ଦଶନା ଦେବାକୁ ସୁଯୋଗ ପାଆନ୍ତି। ଏହି ଫିଲ୍ମର ସଂଳାପ ଲେଖନ୍ତି ଡ଼ ସୁବୋଧ ପଟ୍ଟନାୟକ। ଏହାର ଟାଇଟଲ ହେଲା ‘ମହୁଆ’।
ଫିଲ୍ମର ସ୍କ୍ରିପ୍ଟ ଶେଷ ହେବାପରେ ‘ମହୁଆ’ରେ ନାୟକ ଭୂମିକାରେ ଉତ୍ତମ ମହାନ୍ତିଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା ଓ ଏଥିରେ ତାଙ୍କ ବିପକ୍ଷରେ ଅପରାଜିତାଙ୍କୁ ନିଆଯାଇଥିଲା।

publive-imageଫିଲ୍ମର ସୁଟିଂରେ ବିଳମ୍ବ ହୋଇଥିଲା,ଯେଉଁଥିପାଇଁ ପରେ ଉତ୍ତମ ଏହି ସିନେମା ପାଇଁ ସମୟ ଦେଇ ପାରି ନ ଥିଲେ। ଏହାପରେ ପ୍ରଯୋଜକ ଓ ନିର୍ଦ୍ଦେଶକ ଉତ୍ତମଙ୍କ ସ୍ଥାନରେ ଶ୍ରୀରାମଙ୍କୁ ନେବା ଲାଗି ଯୋଜନା କରିଲେ। ତା’ ଅନୁଯାୟୀ ଶ୍ରୀରାମ ପଣ୍ଡାଙ୍କୁ ‘ମହୁଆ’ର ନାୟକ ଭୂମିକାରେ ଅଫର୍‌ ଦିଆଗଲା,ଯାହାକୁ ସେ ସ୍ୱୀକାର କରିଥିଲେ। ଠିକ୍‌ ସେହିପରି ଅପରାଜିତାଙ୍କ ସ୍ଥାନରେ ଅନ୍ୟ ଜଣେ ନାୟିକାଙ୍କୁ ନେବା ଲାଗି ଚିନ୍ତା କରାଗଲା।

ଅବଶେଷରେ ‘ମହୁଆ’ର ନାୟିକା ଭାବେ ଚୁକ୍ତବଦ୍ଧ ହେଲେ ଆଜିକାର ଜଣାଶୁଣା ନାୟିକା ସ୍ନିଗ୍ଧା ମହାନ୍ତି। ନାୟିକା ଭାବେ ତାଙ୍କର ପ୍ରଥମ ସିନେମା। ଠିକ୍‌ ସେହିପରି ଶ୍ରୀରାମ ପଣ୍ଡାଙ୍କ ବିପକ୍ଷରେ ବି ସେ କେବଳ ଏହି ଫିଲ୍ମରେ କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe