ଏହି ସୁପରଷ୍ଟାରଙ୍କ ସହ ବି କାମ କରିଛନ୍ତି ଶାହାରୁଖ୍‌ ଖାନ

Advertisment
ଏହି ସୁପରଷ୍ଟାରଙ୍କ ସହ ବି କାମ କରିଛନ୍ତି ଶାହାରୁଖ୍‌ ଖାନ

image source-.indianexpress.com

ମୁମ୍ବାଇ: ଆଜି ହେଉଛି ବଲିଉଡର ବାଦଶାହା ଶାହାରୁଖ୍‌ ଖାନଙ୍କ ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ସବୁ ସିନେମାରେ ଶାହାରୁଖ୍‌ ଖାନ୍‌ ଓ ସଲମାନ୍‌ ଖାନ୍‌ଏକାଠି କାମ କରିଛନ୍ତି।

Image result for karan arjun image source-indiatv

କରଣ-ଅର୍ଜୁନ୍‌(୧୯୯୫)-ବଲିଉଡର ଖ୍ୟାତନାମା ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍‌ ସର୍ବପ୍ରଥମେ ଶହାରୁଖ୍‌ ଖାନ୍‌ ଓ ସଲମାନ୍‌ ଖାନ୍‌ଙ୍କୁ ଗୋଟିଏ ସିନେମାରେ ଏକାଠି ଆଣିବାର ପ୍ରୟାସରେ ସଫଳ ହୋଇଛନ୍ତି। ହଁ ୧୯୯୫ରେ ରିଲିଜ୍‌ ହୋଇଥିବା ଏହି ସିନେମା ହେଲା‘କରଣ-ଅର୍ଜୁନ’।ଏହା ସୁପରହିଟ୍‌ ମଧ୍ୟ ହୋଇଥିଲା।
କୁଛ୍‌ କୁଛ୍‌ ହୋତା ହେ:- ୧୯୯୮ର ସବୁଠାରୁ ବଡ ବ୍ଲକବଷ୍ଟର ମୁଭି ‘କୁଛ୍‌ କୁଛ୍‌ ହୋତା ହେ’ରେ ଶାହାରୁଖ୍‌ ଖାନ୍‌ ହିରୋ ବନିଥିଲେ। ଏଥିରେ ସଲମାନ୍‌ ଖାନ୍‌ ଥିଲେ ସ୍ପେସିଆଲ୍‌ ଆପିଅରାନ୍‌ସରେ। କରଣ ଜୋହର ଏହାର ନିର୍ଦ୍ଦେଶକ।

Image result for hum tumhare hain sanam image source-srk universe

ହମ୍‌ ତୁହ୍ମାରେ ହେଁ ସନମ୍‌(୨୦୦୨):- ଏହି ସିନେମାରେ ଶାହାରୁଖ୍‌ ଖାନ୍‌ ଓ ସଲମାନ୍‌ ଖାନ୍‌ ତୃତୀୟ ଥର ଲାଗି ଏକାଠି କାମ କରିଥିଲେ। ଏଥିରେ ମାଧୁରୀ ଦୀକ୍ଷିତ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ବି ଶାହାରୁଖ୍‌ଙ୍କ ତୁଳନାରେ ସଲମାନଙ୍କ ଭୂମିକା ଥିଲା ଗୌଣ।
ଟିଉବ୍‌ ଲାଇଟ୍‌:- ସଲମାନ୍‌ ଖାନ୍‌ଙ୍କ ହୋମ ପ୍ରଡକସନ୍‌ର ଡ଼ିଲ୍ମ ‘ଟିଉବ୍‌ ଲାଇଟ୍‌’ରେ ସଲମାନ୍‌ ଖାନ୍‌ ବନିଥିଲେ ହିରୋ। ଏଥିରେ ଶାହାରୁଖ୍‌ ଖାନ୍‌ଙ୍କୁ ଗେଷ୍ଟ୍‍ ଆପିଅରାନ୍‌ସରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ଅବଶ୍ୟ ଫ୍ଲପ୍‌ ହୋଇଥିଲା।
ଜିରୋ:- ଶାହାରୁଖ୍‌ ଖାନ୍‌ଙ୍କ ନୂଆ ସିନେମା ‘ଜିରୋ’ରେ ସଲମାନ ଖାନଙ୍କୁ ଗେଷ୍ଟ୍‍ ଆପିଅରାନ୍‌ସରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe