ଏହି ଫିଲ୍ମର ସିକ୍ୱେଲରେ ଶାହାରୁଖ-କାଜୋଲ୍‌ !

Advertisment
ଏହି ଫିଲ୍ମର ସିକ୍ୱେଲରେ ଶାହାରୁଖ-କାଜୋଲ୍‌ !

ମୁମ୍ବାଇ: ବଲିଉଡର ଏକ ସୁପରହିଟ୍‌ ଯୋଡି ହେଲେ ଶାହାରୁଖ୍‌ ଖାନ୍‌ -କାଜୋଲଙ୍କ ଯୋଡି। ଏହି ଯୋଡିକୁ ଦର୍ଶକ ଖୁବ୍‌ ଶୀଘ୍ର ଏକ ଫିଲ୍ମର ସିକ୍ୱେଲରେ ପୁଣିଥରେ ଦେଖି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ନିର୍ମାତା ଦିନେଶ ବିଜନ୍‌ ନିଜର ବହୁଚଚର୍ଚ୍ଚିତ ସିନେମା ‘ହିନ୍ଦୀ ମିଡିଅମ୍‌’ର ସିକ୍ୱେଲ୍‌ରେ ଅଭିନୟ କରିବାକୁ ଉଭୟ କିଙ୍ଗ୍‌ ଖାନ୍‌ ଓ କାଜୋଲଙ୍କୁ ଆପ୍ରୋଚ୍‌ କରିଛନ୍ତି।
୨୦୧୭ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ‘ହିନ୍ଦୀ ମିଡିଅମ୍‌’ରେ ଇରଫାନ୍‌ ଖାନ୍‌ ଲିଡ ରୋଲ୍‌ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ସାକେତ ଚୌଧୁରୀ। ତେବେ ‘ହିନ୍ଦୀ ମିଡିଅମ୍‌-୨’ରେ ପୂର୍ବଭଳି ଇରଫାନ୍‌ ଖାନ୍‌ ନିଜ ଭୂମିକାରେ ରହିବେ। ଏଥର ଏହାର କାହାଣୀ କେବଳ ଭାରତ ଭିତରେ ନ ରହି ଆମେରିକା ଯାଏଁ ଲମ୍ବିବ ବୋଲି ଜଣାଯାଇଛି।

publive-image

ଏଠାରେ ସୂଚନାଯୋଗ୍ୟ ଯେ ଅତୀତରେ ଶାହାରୁଖ୍‌ ଖାନ୍‌ -କାଜୋଲଙ୍କ ଯୋଡିକୁ ଦର୍ଶକ ବାଜିଗର୍‌,କରଣ-ଅର୍ଜୁନ୍‌, ଦିଲଓ୍ଵାଲେ ଦୁଲହନିଆ ଲେଯାଏଙ୍ଗେ, କୁଛ କୁଛ ହୋତା ହେ,କଭି ଖୁସି କଭି ଗମ୍‌, ମାଇଁ ନେମ୍‌ ଇଜ୍‌ ଖାନ୍‌ ଏବଂ ଦିଲଓ୍ଵାଲେ ଆଦି ସିନେମାରେ ଦେଖିବାକୁ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe