‘ପଦ୍ମାବତ୍‌’ରେ ରଣବୀର-ସାହିଦଙ୍କ ଚରିତ୍ର ପାଇଁ ଶାହାରୁଖଙ୍କୁ ଦିଆଯାଇଥିଲା ପ୍ରସ୍ତାବ, ଜାଣନ୍ତୁ କାହିଁକି ମନାକଲେ କିଙ୍ଗ୍‌ଖାନ୍‌

Advertisment
‘ପଦ୍ମାବତ୍‌’ରେ ରଣବୀର-ସାହିଦଙ୍କ ଚରିତ୍ର ପାଇଁ ଶାହାରୁଖଙ୍କୁ ଦିଆଯାଇଥିଲା ପ୍ରସ୍ତାବ, ଜାଣନ୍ତୁ କାହିଁକି ମନାକଲେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ସଂଜୟଲୀଲା ଭଂସାଲୀଙ୍କ ବହୁ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ଶେଷରେ ପରଦାରେ ଦେଖିବାକୁ ମିଳିବା ପରେ ଲୋକପ୍ରିୟ ବି ହେବାରେ ଲାଗିଛି। ଅଭିନେତା ସାହିଦ କପୁର୍‌, ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ନିଜର ଚରିତ୍ରକୁ ବେଶ୍‌ ଭଲଭାବରେ ପ୍ରତିପାଦନ କରିଛନ୍ତି।

publive-image

ଏବେ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ବିଷୟରେ ଏକ ରିପୋର୍ଟ ହସ୍ତଗତ ହୋଇଛି ଯେ ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରଥମ ପସନ୍ଦ ସାହିଦ କିମ୍ବା ରଣବୀର ନଥିଲେ। ନିର୍ମତାଙ୍କ ପ୍ରଥମ ପସନ୍ଦ ଥିଲେ ଶାହାରୁଖ ଖାନ। ଶାହାରୁଖଙ୍କୁ ପ୍ରଥମେ ରତନ ସିଂହଙ୍କ ଚରିତ୍ର ନିଭାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଶାହାରୁଖ ଚଳଚ୍ଚିତ୍ରରେ କାମ କରିବାକୁ ମନା କରି ଦେଇଥିଲେ। କାହିଁକି ନା, ଚଳଚ୍ଚିତ୍ରରେ ରାଣୀ ପଦ୍ମାବତୀ ଏବଂ ଆଲ୍ଲାଉଦ୍ଦିନ ଖିଲିଜଙ୍କ ଚରିତ୍ରର ପ୍ରାଧାନ୍ୟ ରିହିଥିବାରୁ ସେ ନିର୍ମାତା ସଞ୍ଜୟଲୀଲା ଭଂସାଲୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଭଂସାଲୀ ଶାହାରୁଖଙ୍କ ମନା କରିବାର କାରଣ ଜାଣିସାରିବା ପରେ ତାଙ୍କୁ ଆଲ୍ଲାଉଦ୍ଦିନ ଖିଲିଜଙ୍କ ଭୂମିକା କରିବାକୁ ପ୍ରସ୍ତାବ ଦେଇଥିଲେ। ଶାହାରୁଖ ତାହାକୁ ମଧ୍ୟ ମନା କରିଦେଲେ।

publive-image

ନିକଟରେ ‘ରଇଜ୍‌’ ଚଳଚ୍ଚିତ୍ର ପାଇଁ ଶାହାରୁଖଙ୍କୁ ଅନେକ ପ୍ରତିକ୍ରିୟା ସହିବାକୁ ପଡ଼ିଥିଲା। ପୁଣିଥରେ ଆଲ୍ଲାଉଦ୍ଦିନଙ୍କ ଭୂମିକା ପାଇଁ ତାଙ୍କୁ କାଳେ ଆହୁରି କିଛି ବିବାଦ ସାମ୍ନା କରିବାକୁ ପଡ଼ିବ ଚିନ୍ତାକରି ଶାହାରୁଖ ଭଂସାଲୀଙ୍କ ପ୍ରସ୍ତାବକୁ ପ୍ରାତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe