ଗୋଟେ ମହିଳା ପାଇଁ ମୋ କ୍ୟାରିୟର ବର୍ବାଦ କରିଛନ୍ତି, ମୁଁ ମଲେ ସେ ଦାୟୀ ହେବେ: ରାଜାମୌଲୀଙ୍କ ବନ୍ଧୁ

Advertisment

ପ୍ରଯୋଜକ ଉପ୍ପଲପତି ଶ୍ରୀନିବାସ ରାଓ, ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଏକ ଭିଡିଓରେ କହିଛନ୍ତି ଯେ, ଜଣେ ମହିଳାଙ୍କ କାରଣରୁ ରାଜାମୌଲି ତାଙ୍କ କ୍ୟାରିୟର ବର୍ବାଦ କରିଛନ୍ତି।

ପ୍ରଯୋଜକ ଉପ୍ପଲପତି ଶ୍ରୀନିବାସ ରାଓ, ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଏକ ଭିଡିଓରେ କହିଛନ୍ତି ଯେ, ଜଣେ ମହିଳାଙ୍କ କାରଣରୁ ରାଜାମୌଲି ତାଙ୍କ କ୍ୟାରିୟର ବର୍ବାଦ କରିଛନ୍ତି।

trajamoulia

ନୂଆଦିଲ୍ଲୀ: ବ୍ଲକବଷ୍ଟର ଫିଲ୍ମ ଦେଇ ଲୋକପ୍ରିୟ ହୋଇଥିବା ନିର୍ଦ୍ଦେଶକ ଏସଏସ ରାଜାମୌଲି ଏବେ ବିବାଦରେ। ଏବେ ନିର୍ଦ୍ଦେଶକ, ଦକ୍ଷିଣ ଭାରତୀୟ ଅଭିନେତା ମହେଶ ବାବୁଙ୍କ ସହ ତାଙ୍କର ଆଗାମୀ ଫିଲ୍ମ  'ଏସଏସଏମବି୨୮'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏସଏସ ରାଜାମୌଲିଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ନିର୍ଦ୍ଦେଶକଙ୍କ ଜଣେ ଘନିଷ୍ଠ ବନ୍ଧୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରାଜାମୌଲି ଜଣେ ମହିଳାଙ୍କ ଯୋଗୁଁ ତାଙ୍କ କ୍ୟାରିଅର ନଷ୍ଟ କରିଦେଇଥିଲେ ବୋଲି କହିଛନ୍ତି ପ୍ରଯୋଜକ ଉପ୍ପଲପତି ଶ୍ରୀନିବାସ ରାଓ।

ଭିଡିଓ ଜାରି କରି ସେ କହିଛନ୍ତି, ଭାରତର ନମ୍ବର ୧ ନିର୍ଦ୍ଦେଶକ, ଏସଏସ ରାଜାମୌଲି ଏବଂ ତାଙ୍କ ପତ୍ନୀ ରାମା ରାଜାମୌଲି, ମୋ ଆତ୍ମହତ୍ୟା ପାଇଁ ଦାୟୀ। ଆପଣ ଭାବୁଥିବେ ଯେ, ମୁଁ ଏହା ପ୍ରଚାର ପାଇଁ କରୁଛି, କିନ୍ତୁ ଏହା ମୋର ଶେଷ ଚିଠି। କେବଳ ଧ୍ୟାନ ଆକର୍ଷଣ କରିବା ପାଇଁ କେହି ଇଚ୍ଛାକୃତ ଭାବରେ ମରିବାକୁ ଚାହିଁବେ ନାହିଁ। ଏହା ମୋର ଶେଷ ବକ୍ତବ୍ୟ। ଆମର ୩୪ବର୍ଷ ବନ୍ଧୁତା ଥିଲା। ହେଲେ ଜଣେ ମହିଳା ଆମ ଭିତ‌ରେ ଆସିବା ପରେ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା। ଆମେ ଦୁହେଁ ଜଣେ ମହିଳାଙ୍କୁ ପସନ୍ଦ କରୁଥିଲୁ। ରାଜାମୌଲି ମୋତେ ତ୍ୟାଗ୍ କରିବାକୁ କହିଥିଲେ। ଆମେ ଆମ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ମୁଁ କଥାକୁ ଆଗକୁ ନବଢ଼ାଇ ମୋ ଭଲପାଇବାକୁ ତ୍ୟାଗ କରିଥିଲି।"

ସେ ଆହୁରି କହିଛନ୍ତି ଯେ, "ମୁଁ ଏବିଷୟରେ ସମସ୍ତଙ୍କୁ ଜଣାଇଦେବି ବୋଲି ଭାବି ସେ ମୋତେ ପରେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ୨୦୦୭ପରେ ଆମ ସମ୍ପର୍କରେ ତିକ୍ତତା ଆସିଥିଲା। ଏବେ ମୋତେ ୫୫ବର୍ଷ ବୟସ ଏବଂ ମୁଁ ମୋ ଜୀବନ‌ରେ ଏକା। ରାଜାମୌଲିଙ୍କ ପାଇଁ ମୋର ଏଅବସ୍ଥା। ପୁଲିସ ଏହାର ତଦନ୍ତ କରୁ ବୋଲି କହି ସେ ଭିଡିଓ ଶେଷ କରିଦେଇଥିଲେ।"

ତେବେ ଏଭଳି ସଙ୍ଗୀନ ଆରୋପ ଉପରେ ଏସଏସ ରାଜାମୌଲି କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe