ଫିଲ୍ମ ପାଇଁ ସହର ନିର୍ମାଣ କରିଦେଲେ ରାଜାମୌଲୀ, ଖର୍ଚ୍ଚ ହୋଇଛି ଏତେ କୋଟି

Advertisment
wdq

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଏବେ ବଡ଼ ବଡ଼ ପରିବର୍ତ୍ତନ ଆସିବାରେ ଲାଗିଛି। ନୂତନ ପ୍ରଯୁକ୍ତିବିଦ୍ୟା, ଭିଏଫଏକ୍ସ ଏବଂ ସିଜିଆଇ ସାହାଯ୍ୟରେ ହାଇଟେକ୍ ଫିଲ୍ମ ତିଆରି ହେଉଛି। କେବଳ ଏତିକି ନୁହେଁ, ଫିଲ୍ମର ସୁଟିଂ ସେଟ ନିର୍ମାଣରେ ମଧ୍ୟ ବହୁତ କଠିନ ପରିଶ୍ରମ କରାଯାଉଛି। ଫିଲ୍ମ ଦେଖିବା ସମୟରେ ଦର୍ଶକଙ୍କ ଅଭିଜ୍ଞତା ଭଲ ହେଉ ବୋଲି ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଉଛି। ଏବେ ଏପରି ଏକ ଫିଲ୍ମ ଆସୁଛି ଯାହା ପାଇଁ ନିର୍ମାତାମାନେ ଏକ ସୁନ୍ଦର ସହର ନିର୍ମାଣ କରିଛନ୍ତି ଏବଂ ଏଥିପାଇଁ ୫୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ସେଟ୍ ମଧ୍ୟ ପ୍ରମାଣିତ ହୋଇପାରେ। 

ଏହି ପ୍ରୋଜେକ୍ଟ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲିଙ୍କର, ଯିଏ ବର୍ତ୍ତମାନ ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମରେ କାମ କରୁଛନ୍ତି। ଏଥର ସେ ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟାଇଟଲ୍ ନିଶ୍ଚିତ ହୋଇନାହିଁ କିନ୍ତୁ ଏହାର ଅସ୍ଥାୟୀ ନାମ ଏସଏସଏମବି୨୯ ଦିଆଯାଇଛି।

ଏସଏସଏମବି୨୯ ହେଉଛି ଏକ ଫ୍ୟାଣ୍ଟାସି ଆଡଭେଞ୍ଚର ଆକ୍ସନ୍ ଫିଲ୍ମ, ଯାହାର କାହାଣୀ ବାରାଣସୀ ସହ ଜଡିତ। ଏଥିପାଇଁ ରାଜାମୌଲି ତାଙ୍କ ଫିଲ୍ମ ପାଇଁ ହାଇଦ୍ରାବାଦରେ ହିଁ କାଶୀ ସହର ନିର୍ମାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe