ତାରକା ସନ୍ତାନ ଦୌଡ଼ରେ ରାଶା

Advertisment

ବଲିଉଡ୍‌ ତାରକାଙ୍କ ସନ୍ତାନ ହୋଇ ଅଭିନୟ ପେସାରେ ସଫଳ ହେବା ଆଜି ଦିନରେ ସହଜ କଥା ନୁହେଁ। ସେମାନଙ୍କୁ ପିତାମାତାଙ୍କ ସହ ତୁଳନାରୁ ଆରମ୍ଭ କରି ପରିବାରବାଦ ଅଭିଯୋଗ, ଟ୍ରୋଲିଂ ପର୍ଯ୍ୟନ୍ତର ସମ୍ମୁଖୀନ ହେବାକୁ ପଡ଼େ।

ବଲିଉଡ୍‌ ତାରକାଙ୍କ ସନ୍ତାନ ହୋଇ ଅଭିନୟ ପେସାରେ ସଫଳ ହେବା ଆଜି ଦିନରେ ସହଜ କଥା ନୁହେଁ। ସେମାନଙ୍କୁ ପିତାମାତାଙ୍କ ସହ ତୁଳନାରୁ ଆରମ୍ଭ କରି ପରିବାରବାଦ ଅଭିଯୋଗ, ଟ୍ରୋଲିଂ ପର୍ଯ୍ୟନ୍ତର ସମ୍ମୁଖୀନ ହେବାକୁ ପଡ଼େ।

dsdcxcxd

‌ବଲିଉଡ୍‌ ତାରକାଙ୍କ ସନ୍ତାନ ହୋଇ ଅଭିନୟ ପେସାରେ ସଫଳ ହେବା ଆଜି ଦିନରେ ସହଜ କଥା ନୁହେଁ। ସେମାନଙ୍କୁ ପିତାମାତାଙ୍କ ସହ ତୁଳନାରୁ ଆରମ୍ଭ କରି ପରିବାରବାଦ ଅଭିଯୋଗ, ଟ୍ରୋଲିଂ ପର୍ଯ୍ୟନ୍ତର ସମ୍ମୁଖୀନ ହେବାକୁ ପଡ଼େ। ତେଣୁ ପ୍ରଥମରୁ ନିଜ ଦକ୍ଷତା ଜରିଆରେ ଦର୍ଶକଙ୍କ ପ୍ରିୟଭାଜନ ହେବାର ଚାପ ସେମାନଙ୍କ ଉପରେ ରହିଥାଏ। ସୁହାନା ଖାନ, ଖୁସି କପୁରଙ୍କ ପରି ତାରକା ସନ୍ତାନ ଅଭିନେତ୍ରୀ ଭାବେ ଦର୍ଶକଙ୍କ ସ୍ବୀକୃତି ପାଇବା ଲାଗି ସଂଘର୍ଷ କରୁଥିବା ବେଳେ ରାଶା ଥଡ଼ାନୀ ପ୍ରଥମ ସିନେମାରେ ଯେଉଁ ଦକ୍ଷତା ପ୍ରଦର୍ଶନ କରିଛନ୍ତି ତାହା ତାଙ୍କ ଭବିଷ୍ୟତ ନେଇ ଉଜ୍ଜ୍ବଳ ଚିତ୍ର ଉପସ୍ଥାପନ କରିଛି।

ଏ ବର୍ଷ ତାଙ୍କର ପ୍ରଥମ ବଲିଉଡ୍‌ ଚଳଚ୍ଚିତ୍ର ‘ଆଜାଦ’ ମୁକ୍ତିଲାଭ କରି ବକ୍ସ ଅଫିସରେ ସଫଳତା ହାସଲ କରିପାରି ନଥିଲେ ହେଁ ନିକଟରେ ଓଟିଟି ମଞ୍ଚରେ ଏହା ଖୁବ୍ ପ୍ରଶଂସିତ ହେଉଛି। ଏଥିରେ ରାଶାଙ୍କ ଅଭିନୟ ଦେଖି ଲୋକମାନେ ସାମାଜିକ ଗଣମାଧ୍ୟମରେ ସକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। ଜଣେ ଲେଖିଛନ୍ତି, ‘ସିନେମାଟି ବିଫଳ ହୋଇଥିଲେ ହେଁ ରାଶାଙ୍କ ଅଭିନୟର ମାନ ଖୁସି କପୁର ଓ ସୁହାନା ଖାଁଙ୍କ ଠାରୁ ବହୁତ ଅଧିକ।’ ସେହିପରି ଆଉ ଜଣେ ଉଲ୍ଲେଖ କରିଛନ୍ତି, ‘ସବୁ ତାରକା ସନ୍ତାନଙ୍କ ମଧ୍ୟରୁ ରାଶା ହେଉଛନ୍ତି ସର୍ବଶ୍ରେଷ୍ଠ ଅଭିନେତ୍ରୀ।’ ରାଶାଙ୍କ ଦକ୍ଷତା ସମ୍ପର୍କରେ ଚର୍ଚ୍ଚା ଦର୍ଶାଉଛି ଯେ ସେ ତାଙ୍କ ପିଢ଼ିର ତାରକା ଦାୟାଦଙ୍କ ଦୌଡ଼ରେ ସର୍ବାଗ୍ରେ ବିଦ୍ୟମାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe