କାହାଣୀ ସାମାଜିକ, ନାୟକ ଜଗନ୍ନାଥ

Advertisment

ଏମିତି ଅନେକ ଓଡ଼ିଆ ଛବି ରହିଛି, ଯାହାର କାହାଣୀ ସାମାଜିକ, କିନ୍ତୁ ଶୀର୍ଷକରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନାମ ରହିଛି। ଏଥିରେ ଜଗନ୍ନାଥଙ୍କ ମହିମା ଚିତ୍ରାୟିତ ହୋଇଛି, ଅଥବା କଥାବସ୍ତୁରେ ଜଗନ୍ନାଥଙ୍କ ପ୍ରସଙ୍ଗ ରହିଛି। ଏହି କ୍ରମରେ ଓଡ଼ିଆ...

ଏମିତି ଅନେକ ଓଡ଼ିଆ ଛବି ରହିଛି, ଯାହାର କାହାଣୀ ସାମାଜିକ, କିନ୍ତୁ ଶୀର୍ଷକରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନାମ ରହିଛି। ଏଥିରେ ଜଗନ୍ନାଥଙ୍କ ମହିମା ଚିତ୍ରାୟିତ ହୋଇଛି, ଅଥବା କଥାବସ୍ତୁରେ ଜଗନ୍ନାଥଙ୍କ ପ୍ରସଙ୍ଗ ରହିଛି। ଏହି କ୍ରମରେ ଓଡ଼ିଆ...

tgdfrgerg

ଏମିତି ଅନେକ ଓଡ଼ିଆ ଛବି ରହିଛି, ଯାହାର କାହାଣୀ ସାମାଜିକ, କିନ୍ତୁ ଶୀର୍ଷକରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନାମ ରହିଛି। ଏଥିରେ ଜଗନ୍ନାଥଙ୍କ ମହିମା ଚିତ୍ରାୟିତ ହୋଇଛି, ଅଥବା କଥାବସ୍ତୁରେ ଜଗନ୍ନାଥଙ୍କ ପ୍ରସଙ୍ଗ ରହିଛି। ଏହି କ୍ରମରେ ଓଡ଼ିଆ ଛବି ‘ଜଗା ହାତରେ ପଘା’, ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ଆସୁଛି ମୋ କାଳିଆସୁନା’, ‘ଚକାଡୋଳା କରୁଚି ଲୀଳା’, ‘କାଳିଆ ଭରସା’, ‘ମୋ ଭାଇ ଜଗା’, ‘ଜଗାବଳିଆ’, ‘କୋଟିଏ ମଣିଷ ଗୋଟିଏ ଜଗା’, ‘ବାହୁଡ଼ିବେ ମୋ ଜଗାବଳିଆ’ ଓ ‘ଆପନା ହାତ ଜଗନ୍ନାଥ’କୁ ଅନ୍ତର୍ଭୁକ୍ତ କରାଯାଇପାରେ। ଏସବୁ ସିନେମା ଦର୍ଶକୀୟ ସମର୍ଥନ ହାସଲ କରିବା ପଛରେ ମହାପ୍ରଭୁଙ୍କ ନାମର ବ୍ୟବହାର ଓ ତାଙ୍କ ସମ୍ବଳିତ ଦୃଶ୍ୟାବଳୀ କାର୍ଯ୍ୟ କରିଛି ବୋଲି ସମୀକ୍ଷକ ଦାବିକରନ୍ତି।
ଉଦାହରଣ ଭାବେ ଆମେ ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ ଚଳଚ୍ଚିତ୍ରରେ ନାୟକ ଜଗନ୍‌ (ବିଜୟ ମହାନ୍ତି) ଶ୍ରୀଜଗନ୍ନାଥଙ୍କ ନିକଟକୁ ଯାଇ ନିଜର କ୍ଷୋଭ ବ୍ୟକ୍ତକରିବାର ଦୃଶ୍ୟକୁ ନେଇ ପାରିବା। ନାୟିକା ମିନୁ (ଅପରାଜିତା) ତା’ ଭଲପାଇବାକୁ ପ୍ରତ୍ୟାଖ୍ୟାନ କରିବା ପରେ ଭୀଷଣ ଆଘାତ ପାଇ ଜଗନ ଗାଁ ଜଗନ୍ନାଥ ମନ୍ଦିରକୁ ଆସି ଠାକୁରଙ୍କୁ ଗାଳିଦେଇ କହୁଛି-‘‘ଆଜି ତତେ ମୋ କଥାର ଜବାବ ଦେବାକୁ ପଡ଼ିବ! ଏମିତି ଚକା ଚକା ଆଖି କରି ଅନେଇଛୁ କ’ଣ... ମୁଁ ତୋ’ ଗର୍ବ ଭାଙ୍ଗିବି, ଆଉ କେବେ ତୋ ପାଖକୁ ଆସିବିନାହିଁ।’’ ଏହି ଆବେଗିକ ଦୃଶ୍ୟ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା।  
ସେହିପରି ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ପୁଅ ମୋର କଳାଠାକୁର’ରେ ନାୟକର ମା’ (ଅନିତା ଦାସ) ଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ଅତ୍ୟନ୍ତ ଆବେଗ ସହକାରେ ଶୀର୍ଷକ ଗୀତ ‘ପୁଅ ମୋହର କଳାଠାକୁର... କଳାଠାକୁର ପୁଅ ମୋହର...’ ଗାଉଥିବା ଦୃଶ୍ୟକୁ ଓଡ଼ିଆ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। 

ଶୀର୍ଷକରେ ଶ୍ରୀମନ୍ଦିର
ଜଗନ୍ନାଥଙ୍କ ମନ୍ଦିର ଓ ମନ୍ଦିରର ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଶୀର୍ଷକରେ ରଖାଯାଇ ଏକାଧିକ ଛବି ନିର୍ମିତ ହୋଇଛି। ଶ୍ରୀମନ୍ଦିରରୁ ପଥର ଖସିବା ଘଟଣା ପରେ ୧୯୯୩ରେ ‘ପଥର ଖସୁଛି ବଡ଼ଦେଉଳୁ’ ଚଳଚ୍ଚିତ୍ର ପରଦାକୁ ଆସିଥିଲା। ସେ ଘଟଣା ସହ ଗୁନ୍ଥି ସାମାଜିକ କାହାଣୀ ପ୍ରସ୍ତୁତ ହୋଇଥିଲା। ତିରୁମାଲା ପିକ୍‌ଚର୍ସ ବ୍ୟାନର୍‌ରେ ନିର୍ମିତ ଏହି ଓଡ଼ିଆ ଛବିରେ ବିଜୟ ମହାନ୍ତି, ତନ୍ଦ୍ରା, ସିଦ୍ଧାନ୍ତ, ଜୟୀ ଓ ରାଇମୋହନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ରାଜୁ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଠିକ୍ ସେହିପରି ୨୦୦୪ରେ ପରଦାକୁ ଆସିଥିଲା ‘ସାକ୍ଷୀ ରହିଲା ଏ ସିଂହଦୁଆର’। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଏହି ମଲ୍‌ଟିଷ୍ଟାରର ଛବିରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ସିଦ୍ଧାନ୍ତ, ମାମା ମିଶ୍ର, ଗୁନ୍‌ଗୁନ୍ ଓ କୁନା ତ୍ରିପାଠୀ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ସେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ମାଳିକା ବଚନରୁ ଉଦ୍ଧୃତି ନେଇ ନିର୍ମିତ ‘ବାଇଶି ପାହାଚେ ଖେଳିବ ମୀନ’ ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା। ସମସାମୟିକ କାହାଣୀ ଆଧାରରେ ପ୍ରସ୍ତୁତ ଏହି ଫିଲ୍ମଟିରେ ବାଇଶି ପାହାଚ ପର୍ଯ୍ୟନ୍ତ ସମୁଦ୍ର ମାଡ଼ି ଆସିବା ପ୍ରସଙ୍ଗ ଅବତାରଣା କରାଯାଇଥିଲା। ଏଥିରେ ନବାଗତ ଲଳିତ, ପୁନମ୍ ମିଶ୍ର, ବିଜୟ ମହାନ୍ତି ଓ ମିହିର ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। 

ଶେଷଦୃଶ୍ୟରେ ଜଗନ୍ନାଥ
କାହାଣୀର ଯବନିକା ପତନ ବା କ୍ଲାଇମାକ୍ସରେ ମହାପ୍ରଭୁଙ୍କ ମହିମା ଦର୍ଶାଯାଇ ବହୁ ଓଡ଼ିଆ ଛବି ନିର୍ମିତ ହୋଇଛି। ଏଥିମଧ୍ୟରେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ସୁନା ଚଢ଼େଇ’, ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଶାଶୁଘର ଚାଲିଯିବି’ ଓ ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ସାବିତ୍ରୀ’ ଆଦି ସ୍ମରଣଯୋଗ୍ୟ। ‘ସୁନା ଚଢ଼େଇ’ରେ ଶଶୁର (ଦେବୁ ବୋଷ) ନିଜର ବୋହୂକୁ ସୁସ୍ଥ କରାଇବା ଲାଗି କଟକରୁ ପୁରୀଯାଏ ପାଦରେ ଚାଲିଚାଲି ଆସୁଛନ୍ତି। ଏହି ଦୃଶ୍ୟରେ ସେ ଗାଉଥିବା ଗୀତ ‘କାଳିଆ ନାହିଁ ଆଉ କେହି ସାହା...’ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ‘ଶାଶୁଘର ଚାଲିଯିବି’ରେ ସ୍ବାମୀଙ୍କ ଜୀବନ ରକ୍ଷା ଲାଗି ନାୟିକା ଅନୁ ଚୌଧୁରୀ ଜଗନ୍ନାଥଙ୍କୁ ଗୁହାରି କରି ଗାଇଥିବା ଗୀତ ‘ତୋ ହାତ ନଥାଇ ବି ତୁ ବୋଲାଉ ମହାବାହୁ...’କୁ ବି ଦର୍ଶକ ଭଲପାଇବା ଦେଇଥିଲେ। ସେହିପରି ‘ସାବିତ୍ରୀ’ରେ ନାୟିକା ଲିଜା ଦାସ ‘ଆସିଛି ଦୁଆରେ ତୋର କାଳିଆ ଠାକୁର...’ ଗୀତ ଗାଇ ମହାପ୍ରଭୁଙ୍କ କୃପାଲାଭ କରିଥିବାର ଦୃଶ୍ୟ ବି ଦର୍ଶକଙ୍କୁ ଭାବବିହ୍ବଳ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe