ନୂଆଦିଲ୍ଲୀ: ଗିରଫ ହେଲେ ପ୍ରସିଦ୍ଧ ଗାୟକ ଏବଂ ସଂଗୀତ ନିର୍ଦ୍ଦେଶକ ସଚିନ ସାଙ୍ଘବୀ। ଯୌନ ନିର୍ଯାତନାର ଅଭିଯୋଗରେ ସେ ଗିରଫ ହୋଇଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ଜଣେ ୨୯ବର୍ଷୀୟା ମହିଳା ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରିଥିଲେ, ଯାହା ଫଳରେ ପୁଲିସ ତାଙ୍କୁ ଗିରଫ କରିଛି। 

Advertisment

୨୦୨୪ରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଫେବ୍ରୁଆରି ୨୦୨୪ରେ ସଚିନ୍, ପୀଡ଼ିତାଙ୍କୁ ଇନଷ୍ଟାଗ୍ରାମରେ ମେସେଜ୍ ପଠାଇବା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପରେ ଦୁଇଜଣ ଫୋନ୍ ନମ୍ବର ପରସ୍ପରକୁ ଦେଇ କଥା ହେବା ଆରମ୍ଭ କରିଥିଲେ। ଏହା ପରେ ସଚିନ୍ ମହିଳାଙ୍କୁ ତାଙ୍କ ଷ୍ଟୁଡିଓକୁ ନିମନ୍ତ୍ରଣ କରିଥିଲେ। ପୀଡ଼ିତା ଆସିବା ପରେ ବିବାହ ପ୍ରସ୍ତାବ ଦେଇ ତାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେଇଥିଲେ। ଏହି ଘଟଣା ପରେ ମହିଳାଜଣକ ପୁଲିସକୁ ଯାଇ ଅଭିଯୋଗ କରିବା ପରେ ସଚିନଙ୍କୁ ଗିରଫ କରାଯାଇଛି। କର୍ତ୍ତୃପକ୍ଷ ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି ଏବଂ ଅଭିଯୋଗ ସହ ଜଡିତ ପ୍ରମାଣ ଯାଞ୍ଚ କରୁଥିବା କୁହାଯାଉଛି। ତେବେ ଗିରଫ ପରେ ସଚିନଙ୍କୁ ଜାମିନ ମିଳିଥିବା ତାଙ୍କ ଓକିଲ ଦାବି କରିଛନ୍ତି।

ସଚିନଙ୍କ ଓକିଲ କ’ଣ କହିଛନ୍ତି?

ସଚିନଙ୍କ ଓକିଲ ଆଦିତ୍ୟ ମିଠେ କହିଛନ୍ତି, "ମୋ ମହକିଲଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ଏହି ଅଭିଯୋଗଗୁଡ଼ିକର କୌଣସି ସତ୍ୟତା ନାହିଁ। ଏହି ମାମଲାର କୌଣସି ଓଜନ ନାହିଁ। ପୁଲିସ ଦ୍ୱାରା ମୋ ମହକିଲଙ୍କୁ ଯେଉଁଭଳି ଭାବରେ ଗିରଫ କରାଯାଇଥିଲା ତାହା ବେଆଇନ ଥିଲା। ସେଥିପାଇଁ ସଚିନଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯାଇଥିଲା। ଆମେ ଏହି ସମସ୍ତ ଅଭିଯୋଗର ସମ୍ପୂର୍ଣ୍ଣ ଜବାବ ଦେବୁ।" ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ଗାୟକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। 

ଆହୁରି ପଢ଼ନ୍ତୁ: Minor Girl Gang Rape: ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ପହଞ୍ଚିଲେ ଝାଡ଼ଖଣ୍ଡର ଟିମ୍‌

ହିନ୍ଦୀ ସିନେମାକୁ ଦେଇଛନ୍ତି ଅନେକ ହିଟ୍ ଗୀତ

ସଚିନ-ଜିଗରଙ୍କ  ସୁପରହିଟ୍ ଯୋଡ଼ି ହିନ୍ଦୀ ସିନେମାକୁ ଅନେକ ହିଟ୍ ଗୀତ ଦେଇଛନ୍ତି। ସେ 'ସ୍ତ୍ରୀ', 'ସ୍ତ୍ରୀ ୨', 'ଭେଡିଆ', 'Munjya', 'ପରମ ସୁନ୍ଦରୀ', 'ଥାମା' ଭଳି ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: secret of long living: ଏସବୁ ଅଭ୍ୟାସ ଆପଣାଇଲେ ସୁସ୍ଥ ହୋଇ ୧୦୦ରୁ ଅଧିକ ବର୍ଷ ବଞ୍ଚିବେ