ନିଜ ଜୀବନ କାଳରେ ସୁସ୍ଥ ରହିବା ପାଇଁ ଲୋକଙ୍କ ସଂଘର୍ଷ ଚାଲିଥାଏ। କିଭଳି ସୁସ୍ଥ ଭାବେ ସେମାନେ ନିଜର ଜୀବନ ବିତାଇବେ, ସେଥିପାଇଁ ବିଭିନ୍ନ tips ଖୋଜନ୍ତି ଲୋକେ। ଏବେ ଜୀବନଶୈଳୀ ବଦଳିଥିବା ବେଳେ ଲୋକଙ୍କ ଆୟୁଷ କମିବାରେ ଲାଗିଛି। ଅନେକ ଲୋକେ ୩୦-୫୦ବର୍ଷ ବୟସ ମଧ୍ୟରେ ମୃତ୍ୟୁବରଣ କରୁଛନ୍ତି। ଏଥିପାଇଁ ଅନେକ କାରଣକୁ ଦାୟୀ କରାଯାଉଥିବା ବେଳେ କିଛି ଅଭ୍ୟାସକୁ ଆପଣାଇ ଆପଣ ଦୀର୍ଘାୟୁ ହୋଇପାରିବେ ବୋଲି କହିଛନ୍ତି ଫ୍ରାନ୍ସର ୧୦୨ ବର୍ଷୀୟ ଯୋଗ ଶିକ୍ଷୟିତ୍ରୀ ଚାର୍ଲୋଟ୍ ଚୋପିନ୍। ତାଙ୍କୁ ଏବେ ୧୦୨ବର୍ଷ। ଏହି ବୟସରେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଫ୍ରାନ୍ସର ଏକ ଛୋଟ ଗାଁ ଲେରେରେ ରହୁଥିବା ଚାର୍ଲୋଟ୍ ଚୋପିନ୍ ଆଜି ବିଶ୍ୱ ପାଇଁ ପ୍ରେରଣା। ସେ ୧୯୮୨ ମସିହାରୁ ଗତ ୪୦ ବର୍ଷ ଧରି ଯୋଗ ଶିକ୍ଷା ଦେଇ ଆସୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ୫୦ ବର୍ଷ ବୟସରେ ଯୋଗ କରିବା ଆରମ୍ଭ କରିଥିଲେ। ଆଜି, ସେ କେବଳ ନିଜକୁ ଫିଟ୍ ରଖିନାହାନ୍ତି, ବରଂ ହଜାର ହଜାର ଲୋକଙ୍କୁ ଯୋଗ ସହିତ ଦୀର୍ଘାୟୁ ହେବାର ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। ତେବେ ସେ କେଉଁ ୫ଟି ଅଭ୍ୟାସକୁ ଆପଣାଇ ଏହାକୁ ସମ୍ଭବ କରିପାରିଛନ୍ତି, ତାହା ସାମ୍ନାକୁ ଆସିଛି। 

Advertisment

୧. ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଜୀବନର ଏକ ଅଂଶ।

ଚାର୍ଲୋଟଙ୍କ ପାଇଁ, ଯୋଗ କେବଳ ଏକ ନିୟମିତ ବ୍ୟାୟାମ ନୁହେଁ, ଏହା ତାଙ୍କ ଜୀବନର ଏକ ଅଂଶ। ସେ ପ୍ରତିଦିନ ଯୋଗ କରନ୍ତି। ଖରା ହେଉ କି ବର୍ଷା, ଯୋଗ କରିବାକୁ ସେ କେବେ ବି ଭୁଲନ୍ତି ନାହିଁ। ଯୋଗ ଶରୀରକୁ ନମନୀୟ, ମନକୁ ଶାନ୍ତ ଏବଂ ଆତ୍ମାକୁ ଶକ୍ତିଶାଳୀ କରିଥାଏ। ଏଥିପାଇଁ ତାଙ୍କୁ ଭାରତ ସରକାର ମଧ୍ୟ ସମ୍ମାନିତ କରିସାରିଛନ୍ତି। ଗତ ବର୍ଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ସମ୍ମାନିତ କରିଥିଲେ। ଯଦି ଆପଣ ମଧ୍ୟ ଫିଟ୍ ରହିବାକୁ ଚାହାଁନ୍ତି, ତେବେ ଆଜିଠୁ ଯୋଗ କରିବା ଆରମ୍ଭ କରନ୍ତୁ।

୨. ସଠିକ୍ ଖାଦ୍ୟ ଖାଇବା ଉଚିତ୍।

ଚାର୍ଲୋଟ୍‌ଙ୍କ କହିବା ମୁତାବକ, ତାଙ୍କ ଦିନ କଫି, ଟୋଷ୍ଟ, ବଟର ଏବଂ ମହୁ ସହିତ ଆରମ୍ଭ ହୁଏ। କେତେବେଳେ ସେ କେବଳ ଗୋଟିଏ ଚାମଚ ଜେଲି ମଧ୍ୟ ଖାଆନ୍ତି। ମଧ୍ୟାହ୍ନ ଭୋଜନ ପାଇଁ, ସେ ପ୍ରଚୁର ପନିପରିବା, ଫଳ ଏବଂ ପନିର ପସନ୍ଦ କରନ୍ତି। ତାଙ୍କ ଖାଦ୍ୟରେ Fast Food ବା Processed food ନଥାଏ। ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ବି ଜରୁରୀ।

୩. ପ୍ରତିଦିନ ଚାଲିବା ଉଚିତ୍।

୧୦୨ ବର୍ଷ ବୟସରେ ମଧ୍ୟ, ଚାର୍ଲୋଟ୍ ପ୍ରତିଦିନ ଚାଲିବାକୁ ଯାଆନ୍ତି। ସେ ବିଶ୍ୱାସ କରନ୍ତି ଯେ, ତାଜା ପବନରେ ନିଶ୍ୱାସ ନେବା ମନକୁ ଶାନ୍ତ କରିଥାଏ ଏବଂ ଶରୀରକୁ ଶକ୍ତିଶାଳୀ କରିଥାଏ। ଗବେଷଣାରୁ ଜଣାପଡିଛି ଯେ, ପ୍ରତିଦିନ କେବଳ ଗୋଟିଏ ଘଣ୍ଟା ଚାଲିବା ଦ୍ବାରା ଜୀବନ କାଳ ୬ଘଣ୍ଟା ବୃଦ୍ଧି ପାଇଥାଏ।

୪. ଜୀବନରେ ସମ୍ପର୍କ ସବୁଠୁ ଗୁରୁତ୍ବପୂର୍ଣ୍ଣ।

ଚାର୍ଲୋଟଙ୍କ ଅନୁସାରେ, ସାମାଜିକ ସମ୍ପର୍କ; ଖାଦ୍ୟ ଏବଂ ବ୍ୟାୟାମ ପରି ଗୁରୁତ୍ୱପୂର୍ଣ୍ଣ। ସେ ଏବେ ବି ତାଙ୍କ ବନ୍ଧୁ, ଛାତ୍ର ଏବଂ ପରିବାର ସହିତ ଯୋଗାଯୋଗ କରନ୍ତି। ହସିବା, କଥାବାର୍ତ୍ତା ହେବା ଏବଂ ଅନ୍ୟମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ତାଙ୍କର ଶକ୍ତିର ମୁଖ୍ୟ ଉତ୍ସ। ୨୦୨୩ମସିହାର ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ନିଜ ମନ କଥା ନିଜ ପରିବାର ବା ବନ୍ଧୁମାନଙ୍କ ସହ ସେୟାର କରନ୍ତି, ସେମାନଙ୍କର ଆୟୁଷ ୮୭% ଅଧିକ ବଢ଼ିଯାଏ। ତେଣୁ, ଯଦି ଆପଣ ମଧ୍ୟ ଅଧିକ ଦିନ ବଞ୍ଚିବାକୁ ଏବଂ ଖୁସି ରହିବାକୁ ଚାହାଁନ୍ତି, ତେବେ ଲୋକଙ୍କ ସହିତ ସମ୍ପର୍କ ମଜବୁତ କରନ୍ତୁ, ହସନ୍ତୁ ଏବଂ ବନ୍ଧୁ ହୁଅନ୍ତୁ।

ଆହୁରି ପଢ଼ନ୍ତୁ: Afghanistan restrict river water to Pakistan: ଭାରତ ପରେ ଏବେ ପାକିସ୍ତାନକୁ ପାଣି ବନ୍ଦ କରିବ ଆଫ୍‌ଗାନିସ୍ତାନ !

୫. ଛୋଟ ଛୋଟ ଜିନିଷରେ ଖୁସି ଖୋଜନ୍ତୁ।

"ଜୀବନରେ ତୁମେ ଯାହା ଚାହୁଁଛ ତାହା ମିଳିଯିବା ସୁଖ ନୁହେଁ, ବରଂ ତୁମ ପାଖରେ ଯାହା ଅଛି ତାକୁ ଭଲ ପାଇବା ଏବଂ ଖୁସି ହେବା ହେଉଛି ସୁଖ। ଛେ‌ାଟ ଛୋଟ ଜିନିଷରେ ଖୁସି ଖୋଜିବା ଜରୁରୀ" ବୋଲି କହିଛନ୍ତି ଚାର୍ଲୋଟ।

ଆହୁରି ପଢ଼ନ୍ତୁ: Fact Check, Mamata Banerjee: ମାଆ କାଳୀଙ୍କ ପାଇଁ ଭୋଗ ପ୍ରସ୍ତୁତ କଲେ ମମତା, ଭାଇରାଲ ହେଲା ଭିଡିଓ… ୟୁଜର୍ସ କହିଲେ AIର କମାଲ୍

ଆହୁରି ପଢ଼ନ୍ତୁ: Rajendra Kishore Panda Passes Away: କବିଙ୍କୁ ହରାଇ ଲୁହ ଝରାଉଛି ସାହତ୍ୟ ଜଗତ; ଦେଖନ୍ତୁ କ’ଣ ସବୁ ଲେଖିଛନ୍ତି ସାହିତ୍ୟିକ...