'ଯବାନ'କୁ ପଛରେ ପକାଇ ନଂ ୧ ହିନ୍ଦୀ ଫିଲ୍ମ ହେଲା 'ସ୍ତ୍ରୀ-୨'

Advertisment

ଫିଲ୍ମ 'ପଠାନ୍' ଏବଂ 'ଯବାନ୍' ପରେ 'ଗଦର ୨' ଏବଂ 'ଆନିମଲ' ବକ୍ସ ଅଫିସରେ(ହିନ୍ଦୀ ଭାଷାରେ) ୫୦୦କୋଟି ଟଙ୍କା ଅତିକ୍ରମ କରିଥିଲା। ଏବେ 'ସ୍ତ୍ରୀ-୨' ସବୁ ଫିଲ୍ମକୁ ପଛରେ ପକାଇ ନଂ ୧ ହିନ୍ଦୀ ଫିଲ୍ମ ହୋଇଛି।

ଫିଲ୍ମ 'ପଠାନ୍' ଏବଂ 'ଯବାନ୍' ପରେ 'ଗଦର ୨' ଏବଂ 'ଆନିମଲ' ବକ୍ସ ଅଫିସରେ(ହିନ୍ଦୀ ଭାଷାରେ) ୫୦୦କୋଟି ଟଙ୍କା ଅତିକ୍ରମ କରିଥିଲା। ଏବେ 'ସ୍ତ୍ରୀ-୨' ସବୁ ଫିଲ୍ମକୁ ପଛରେ ପକାଇ ନଂ ୧ ହିନ୍ଦୀ ଫିଲ୍ମ ହୋଇଛି।

shradha

ମୁମ୍ବାଇ: ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଥିଲେ ରାଜକୁମାର ରାଓ। ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଥିଲା। କମ ବଜେଟରେ ନିର୍ମିତ ଫିଲ୍ମ ‘ସ୍ତ୍ରୀ-୨’ ରିଲିଜର ପ୍ରଥମ ଦିନରେ ୭୬.୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୩୦କୋଟିରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମ ରିଲିଜକୁ ମ‌ାସେ ବିତିଥିବା ବେଳେ ଫିଲ୍ମର ଆୟ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି।

ଏପର୍ଯ୍ୟନ୍ତ ଫିଲ୍ମଟି କେବଳ ଭାରତରେ ୫୮୫.୮୫କୋଟି ଆୟ କରି  ନଂ ୧ ହିନ୍ଦୀ ଫିଲ୍ମ ହୋଇପାରିଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଫିଲ୍ମଟି ମଙ୍ଗଳବ‌ାର ୨.୫୦କୋଟି ଆୟ କରିବା ପରେ ଭାରତରେ ଏହାର ମୋଟ ଆୟ ୫୮୫.୮୫କୋଟି ହୋଇଥିଲା। ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ 'ଯବାନ' କେବଳ ଭାରତରେ ୫୮୪କୋଟି ଆୟ କରି ନଂ ୧ ହିନ୍ଦୀ ଫିଲ୍ମ ହୋଇ ରହିଥିବା ବେଳେ ଏବେ କିଙ୍ଗ ଖାନଙ୍କ ରେକର୍ଡ ଭାଙ୍ଗିଛନ୍ତି ଶ୍ରଦ୍ଧା କପୁର ଓ ରାଜକୁମାର ରାଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe