'ସ୍ତ୍ରୀ-୨' ପାଇଁ କେତେ ପାରିଶ୍ରମିକ ନେଇଛନ୍ତି ମୁଖ୍ୟ କଳାକାର?

Advertisment
'ସ୍ତ୍ରୀ-୨' ପାଇଁ କେତେ ପାରିଶ୍ରମିକ ନେଇଛନ୍ତି ମୁଖ୍ୟ କଳାକାର?

ମୁମ୍ବାଇ: ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର 'ସ୍ତ୍ରୀ-୨', 'ଖେଲ ଖେଲ ମେଁ' ଏବଂ 'ବେଦା' ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ 'ସ୍ତ୍ରୀ-୨' ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ 'ସ୍ତ୍ରୀ-୨' ରିଲିଜର ପ୍ରଥମ ଦିନରେ ୫୪.୩୫କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି।

'ସ୍ତ୍ରୀ-୨' ରିଲିଜ୍ ହେବାର ପ୍ରଥମ ଦିନରେ ୪୬କୋଟି ଟଙ୍କା ଆୟ କରିଥିଲା। ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ବୁଧବାର ସ୍ପେଶାଲ ଓପନିଂ ପ୍ରିମିୟର ରଖାଯାଇଥିଲା, ଯେଉଁଥିରେ ଏହି ଫିଲ୍ମ ୮.୩ କୋଟି ଟଙ୍କା ଆୟ କରିଥିଲା। ଏହି ଆୟକୁ ମିଶାଇ 'ସ୍ତ୍ରୀ-୨'ର ମୋଟ ଆୟ ୫୪.୩୫କୋଟି ଟଙ୍କାରେ ପହଞ୍ଚିଛି।

ଫିଲ୍ମକୁ ମିଳୁଥିବା ସଫଳତା ସହ ଏବେ ଫିଲ୍ମରେ କାମ କରିଥିବା କଳାକାରଙ୍କୁ କେତେ ପାରିଶ୍ରମିକ ମିଳିଛି, ତାହା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମ ପାଇଁ ରାଜକୁମାର ରାଓ ୬କୋଟି ଟଙ୍କା ନେଇଥିବା ବେଳେ ଶ୍ରଦ୍ଧା କପୁର ୫କୋଟି ଟଙ୍କା ନେଇଛନ୍ତି। ଏହା ସହିତ ପଙ୍କଜ ତ୍ରୀପାଠୀ ୩କୋଟି, ଅପାରଶକ୍ତି ଖୁରାନା ୭୦ଲକ୍ଷ ଓ ଅଭିଷେକ ବାନାର୍ଜୀ ଫିଲ୍ମ ପାଇଁ ୫୫ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ଅଭିନେତା ବରୁଣ ଧୱନ ଫିଲ୍ମରେ ୫ମିନିଟ ପାଇଁ ୨କୋଟି ଟଙ୍କା ପାରିଶ୍ରମିକ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe