ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ ଦେଇଥିବା କ୍ୟାଟ୍‌ଙ୍କ ଏକତରଫା ପ୍ରେମିକ ଗିରଫ

Advertisment
ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ ଦେଇଥିବା କ୍ୟାଟ୍‌ଙ୍କ ଏକତରଫା ପ୍ରେମିକ ଗିରଫ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନ୍‌ କୈଫ୍‌ ଓ ତାଙ୍କ ସ୍ବାମୀ ଭିକି କୌଶଲଙ୍କୁ ହତ୍ୟା ଧମକ ମିଳିବା ପରେ ଅଭିଯୁକ୍ତ ମାନ୍‌ଭିନ୍ଦେର ସିଂହ ଗିରଫ ହୋଇଛନ୍ତି। ଭିକି କହିଛନ୍ତି ଯେ ମାନ୍‌ଭିନ୍ଦେର ହେଉଛନ୍ତି ଜଣେ ଷ୍ଟ୍ରଗଲିଂ ଆକ୍ଟର। ସେ କ୍ୟାଟ୍‌ଙ୍କୁ ଏକତରଫା ପ୍ରେମ କରୁଥି‌ଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେହି କାରଣରୁ କ୍ୟାଟ୍ରିନାଙ୍କ ବିବାହ ପରେ ସେ ତ‌ାଙ୍କୁ ସୋସିଆଲ୍‌ ମିଡିଆରେ ହଇରାଣ କରିବା ଆରମ୍ଭ କରି ଦେଇଛନ୍ତି। ଉଭୟ ପତି-ପତ୍ନୀଙ୍କୁ ହତ୍ୟା ଧମକ ବି ଦେଇଛନ୍ତି। ସେ ଅନେକ ଦିନ ଆଗରୁ କ୍ୟାଟ୍‌ଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ଏଡିଟ୍‌ କରି ଇନ୍‌ଷ୍ଟାରେ ଛାଡୁଥିବା ଦେଖିବାକୁ ମିଳିଛି। ସେ କ୍ୟାଟ୍‌ଙ୍କର ଜଣେ ପାଗଳ ପ୍ରଶଂସକ।

ଭିକି ଓ କ୍ୟାଟ୍‌ଙ୍କୁ ସୋସିଆଲ୍‌ ମିଡିଆରେ ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍‌ ଏ ନେଇ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଥିଲା ଯେ ଅଭିଯୋଗ କରିବାକୁ ଭିକି ନିଜେ ସାଣ୍ଟାକ୍ଲଜ୍ ପୁଲିସ୍‌ ଷ୍ଟେସନ୍‌କୁ ଯାଇଥିଲେ।

ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇ ପୋଷ୍ଟ୍‌ କରିବା ସହ ମେସେଜ୍‌ ବି କରୁଛି। ସେ ଆହୁରି ବି ତାଙ୍କ ଅଭିଯୋଗରେ ଲେଖିଥିଲେ ଯେ ବ୍ୟକ୍ତି ଜଣକ କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଧମକ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe