ହିରୋଙ୍କ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ, ଭାଇରାଲ ହେଲା ଭିଡିଓ

Advertisment
New Project (7)

ନୂଆଦିଲ୍ଲୀ: ଦକ୍ଷିଣ ସିନେମାରୁ ଗୋଟାଏ ପରେ ଗୋଟାଏ ଦୁଃଖଦ ଖବର ଆସିବାରେ ଲାଗିଛି। ଲୋକପ୍ରିୟ ଖଳନାୟକ କୋଟା ଶ୍ରୀନିବାସ ରାଓଙ୍କ, ମହିଳା ସୁପରଷ୍ଟାର ବି. ସରୋଜା ଦେବୀଙ୍କ ପରେ ଏବେ ଆଉ ଜଣେ କଳାକାରଙ୍କ ମୃତ୍ୟୁ ଘଟିଛି। ଷ୍ଟଣ୍ଟ କରୁଥିବା ବେଳେ ଜଣାଶୁଣା ଷ୍ଟଣ୍ଟମ୍ୟାନ୍ ଏସଏମ ରାଜୁଙ୍କ ଦେହାନ୍ତ ହୋଇଛି। ନିର୍ଦ୍ଦେଶକ ପା. ରଞ୍ଜିତ ଏବଂ ଅଭିନେତା ଆର୍ୟ୍ୟାଙ୍କ ଆଗାମୀ ଫିଲ୍ମର ସୁଟିଂ ସେଟରେ ଏକ ବଡ଼ ଦୁର୍ଘଟଣା ଘଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସେଟରେ କାର୍ ଷ୍ଟଣ୍ଟ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଦେଇ ଦକ୍ଷିଣ ଭାରତୀୟ ଅଭିନେତା ବିଶାଲ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି। 

ପ୍ରଥମେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲା। ହେଲେ ଏବେ ଷ୍ଟଣ୍ଟ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଷ୍ଟଣ୍ଟମ୍ୟାନ୍ ରାଜୁ ଓରଫ ମୋହନରାଜ ଏକ ଏସୟୁଭି ଚଳାଉଥିଲେ ଯାହା ରାମ୍ପ ଉପର ଦେଇ ଯିବା ପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଏହାର ସାମ୍ନା ଭାଗ ବହୁତ ଜୋରରେ ଭୂମିରେ ପିଟି ହୋଇଯାଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଭିଡିଓରେ, ରାଜୁଙ୍କୁ କାରରୁ ବାହାରକୁ କଢ଼ାଯାଉଥିବାର ଦେଖାଯାଉଛି। ଏହି ଦୁର୍ଘଟଣା ଜୁଲାଇ ୧୩ରେ ଘଟିଥିଲା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ଅଭିନେତା ବିଶାଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ଏହା ବିଶ୍ୱାସ କରିବା କଷ୍ଟକର ଯେ, ଆମର ସାହସୀ ଷ୍ଟଣ୍ଟମ୍ୟାନ୍ ରାଜୁ (ମୋହନରାଜ) ଅଭିନେତା ଆର୍ୟ୍ୟା ଏବଂ ନିର୍ଦ୍ଦେଶକ ରଞ୍ଜିତଙ୍କ ଆଗାମୀ ଫିଲ୍ମ ପାଇଁ କାର ଷ୍ଟଣ୍ଟ କରୁଥିବା ସମୟରେ ମୃତ୍ୟୁବରଣ କରିଛନ୍ତି। ମୁଁ ତାଙ୍କୁ ବହୁ ବର୍ଷ ଧରି ଜାଣିଥିଲି। ସେ ମୋ ଫିଲ୍ମରେ ଅନେକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଥିଲେ। ସେ ଜଣେ ସାହସୀ ବ୍ୟକ୍ତି ଥିଲେ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ମିଳୁ। ମୁଁ କେବଳ ଟ୍ୱିଟ୍ କରୁନାହିଁ, ବରଂ ତାଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ମଧ୍ୟ ଯୋଗାଇ ଦେବି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe