ଅନୀଲ ଓ ଜ୍ୟାକିଙ୍କୁ ନେଇ ଫିଲ୍ମ ତିଆରି କରୁଛନ୍ତି ସୋ’ମ୍ୟାନ୍‌ ସୁଭାଷ ଘାଇ

Advertisment
ଅନୀଲ ଓ ଜ୍ୟାକିଙ୍କୁ ନେଇ ଫିଲ୍ମ ତିଆରି କରୁଛନ୍ତି ସୋ’ମ୍ୟାନ୍‌ ସୁଭାଷ ଘାଇ

image source-oneindia

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନିର୍ମାତା-ନିର୍ଦେଶକ ସୁଭାଷ ଘାଇଙ୍କର ଜନ୍ମଦିନ। ସେ ଅଭିନେତା ହେବା ଲାଗି ଆସିଥିଲେ ମାତ୍ର ବନିଯାଇଥିଲେ ନିର୍ଦେଶକ। ବଲିଉଡର ସୋ’ମ୍ୟାନ୍‌ ସୁଭାଷ ଘାଇ ଏବେ ଏକ ନୂଆ ସିନେମା ନିର୍ମାଣ କରୁଥିବାର ଖବର ମିଳିଛି। କାଳୀଚରଣ, ବିଶ୍ୱନାଥ, ମେରି ଜଙ୍ଗ୍‌, କର୍ମା, ହିରୋ, ରାମଲଖନ୍‌ ,ବିଧାତା, ସୌଦାଗର, ଖଲନାୟକ, ପରଦେଶ ଓ ତାଲ୍‌ ଭଳି ସୁପରହିଟ୍‌ ସିନେମାର ନିର୍ମାତା-ନିର୍ଦେଶକ ସୁଭାଷ ଘାଇଙ୍କ ଶେଷ କେତୋଟି ଫିଲ୍ମ କିନ୍ତୁ ଫ୍ଲପ୍‌ ହୋଇଥିଲା। ଏଥି ମଧ୍ୟରେ ରହିଛି ୟାଦୋଁ, କିଶ୍‌ନା ଯୁବରାଜ ଓ କାଞ୍ଚି ଆଦି ସିନେମା।

ତେବେ ସେ ଯାହା ହେଉନା କାହିଁକି ଏବେ ସୁଭାଷ ଘାଇ କିଛି ବର୍ଷର ବ୍ୟବଧାନରେ ‘ରାମଚନ୍ଦ କିଶନ୍‌ଚନ୍ଦ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ସବୁଠୁଁ ବଡ଼ କଥା ହେଲା ଯେ ଏହି ସେ ତାଙ୍କର ଦୁଇ ଲକି ମାସ୍କଟଙ୍କୁ ହିରୋ ଭାବେ ନେଇଛନ୍ତି। ଏ ଦୁହେଁ ହେଲେ ଅନୀଲ କପୁର ଓ ଜ୍ୟାକିଶ୍ରଫ୍‌। ଏଥିରେ ଅନୀଲ ଓ ଜ୍ୟାକିଙ୍କୁ ୫୦ ବର୍ଷ ବୟସ୍କ ଦୁଇ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ‘ରାମଚନ୍ଦ କିଶନଚନ୍ଦ’ ଏକ କ୍ରାଇମ୍‌-କମେଡି ଫିଲ୍ମ।

ଏଠାରେ ସୂଚନାଯୋଗ୍ୟ ଯେ ଅନୀଲ କପୁର ଓ ଜ୍ୟାକି ଶ୍ରଫ୍‌ ସୁଭାଷ ଘାଇଙ୍କ ଫିଲ୍ମ ‘ରାମ ଲଖନ୍‌ ’ ଓ ‘କର୍ମା’ ରେ ଏକାଠି କାମ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ଏହାଛଡ଼ା ଏଦୁହେଁ ଅନ୍ୟ କେତୋଟି ସିନେମାରେ ବି ଏକାଠି କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe