ଶୁଭଶ୍ରୀଙ୍କ ଯାତ୍ରା: ‘ନିମ୍‌କି’ ପରେ ‘ଜୟହିନ୍ଦ୍’

Advertisment

ବର୍ଷା ପ୍ରିୟଦର୍ଶିନୀଙ୍କୁ ଶୀର୍ଷକ ଭୂମିକାରେ ନେଇ ୨୦୧୯ରେ ‘ନିମ୍‌କି’ ଶୀର୍ଷକ ଓଡ଼ିଆ ଛବିର ପ୍ରଯୋଜନା କରି ଓଲିଉଡ୍‌ରେ ପଦାର୍ପଣ କରିଥିଲେ ଶୁଭଶ୍ରୀ ମଙ୍ଗରାଜ। ଏହି ଫିଲ୍ମ ମାଧ୍ୟମରେ ଗାଁ ଝିଅ ନିମ୍‌କିଙ୍କ ଜୀବନ ଆଉ ସଂଘର୍ଷକୁ ସେ ଉପସ୍ଥାପିତ କରିଥିଲେ।

ବର୍ଷା ପ୍ରିୟଦର୍ଶିନୀଙ୍କୁ ଶୀର୍ଷକ ଭୂମିକାରେ ନେଇ ୨୦୧୯ରେ ‘ନିମ୍‌କି’ ଶୀର୍ଷକ ଓଡ଼ିଆ ଛବିର ପ୍ରଯୋଜନା କରି ଓଲିଉଡ୍‌ରେ ପଦାର୍ପଣ କରିଥିଲେ ଶୁଭଶ୍ରୀ ମଙ୍ଗରାଜ। ଏହି ଫିଲ୍ମ ମାଧ୍ୟମରେ ଗାଁ ଝିଅ ନିମ୍‌କିଙ୍କ ଜୀବନ ଆଉ ସଂଘର୍ଷକୁ ସେ ଉପସ୍ଥାପିତ କରିଥିଲେ।

ssffsxcxc

ବର୍ଷା ପ୍ରିୟଦର୍ଶିନୀଙ୍କୁ ଶୀର୍ଷକ ଭୂମିକାରେ ନେଇ ୨୦୧୯ରେ ‘ନିମ୍‌କି’ ଶୀର୍ଷକ ଓଡ଼ିଆ ଛବିର ପ୍ରଯୋଜନା କରି ଓଲିଉଡ୍‌ରେ ପଦାର୍ପଣ କରିଥିଲେ ଶୁଭଶ୍ରୀ ମଙ୍ଗରାଜ। ଏହି ଫିଲ୍ମ ମାଧ୍ୟମରେ ଗାଁ ଝିଅ ନିମ୍‌କିଙ୍କ ଜୀବନ ଆଉ ସଂଘର୍ଷକୁ ସେ ଉପସ୍ଥାପିତ କରିଥିଲେ। ଏବେ ପ୍ରାୟ ୬ ବର୍ଷ ପରେ ଶୁଭଶ୍ରୀଙ୍କ ପ୍ରଯୋଜିତ ଦ୍ବିତୀୟ ଓଡ଼ିଆ ସିନେମା ‘ଜୟହିନ୍ଦ୍’ ବଡ଼ ପରଦାକୁ ଆସୁଛି। ଏତେ ଲମ୍ବା ବ୍ୟବଧାନ ସଂପର୍କରେ ସେ କହନ୍ତି, ଏକ ଭଲ ପ୍ରୋଜେକ୍ଟ ପାଇଁ ସମୟ, ଧୈର୍ଯ୍ୟ ଆଉ ଉପଯୁକ୍ତ ଟିମ୍ ଦରକାର। ପୁଣି ଏକ ଭଲ କାହାଣୀ ମିଳିବା ପରେ ‘ଜୟହିନ୍ଦ୍’ର ନିର୍ମାଣ କରିଛି।

ଜଣେ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ କେମିତି ଅନ୍ୟାୟ ବିରୋଧରେ ଲଢ଼େ ଓ ସତ୍ୟକୁ ସାମ୍ନାକୁ ଆଣେ ଏବଂ ପୀଡ଼ିତାକୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୁଏ, ତାହା ଏଥିରେ ପ୍ରଦର୍ଶିତ ହୋଇଛି। ଏଥିରେ ଆକାଶ ଦାସ ନାୟକ ଏସିପି ଜୟ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିଷେକ ତ୍ରିପାଠୀ ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି। ‘ଜୟହିନ୍ଦ୍’ ପରେ ଏବେ ଶୁଭଶ୍ରୀ କିଛି ନୂଆ କାହାଣୀ ଓ ବିଷୟ ଉପରେ କାମ କରୁଛନ୍ତି। ଭିନ୍ନଧାରାର ଓଡ଼ିଆ ଫିଲ୍ମ ନିର୍ମାଣ, ନୂଆ ନୂଆ ପ୍ରତିଭା ଓ ସତ୍ୟ ଘଟଣାକୁ ସାମ୍ନାକୁ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ତେବେ ମାର୍କେଟିଂ ସମସ୍ୟା, ପ୍ରେକ୍ଷାଳୟ ଅଭାବ ଓ ବିନିଯୋଗକାରୀଙ୍କ ସ୍ବାର୍ଥକୈନ୍ଦ୍ରିକ ଭାବନା ଆଦି ଓଲିଉଡ୍‌ରେ ମୁଖ୍ୟ ସମସ୍ୟା ବୋଲି ଜଣେ ମହିଳା ପ୍ରଯୋଜକ ଭାବରେ ସେ ମତ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe