ନାଟ୍ୟମଞ୍ଚର ସଫଳ ନିର୍ଦ୍ଦେଶକ

ଓଡ଼ିଆ ଯାତ୍ରା ଜଗତକୁ କ୍ରମାଗତ ସଫଳ ନାଟକ ଉପହାର ଦେଇ ଦର୍ଶକଙ୍କ ହୃଦୟକୁ ବାନ୍ଧି ପାରିଛନ୍ତି ନିର୍ଦ୍ଦେଶକ କିଶୋର ଖଣ୍ଡୁଆଳ। ନାଟକରେ ସ୍ନାତକୋତ୍ତର ପରେ ଓଡ଼ିଆ ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ସେ।

gddgcv

ଓଡ଼ିଆ ଯାତ୍ରା ଜଗତକୁ କ୍ରମାଗତ ସଫଳ ନାଟକ ଉପହାର ଦେଇ ଦର୍ଶକଙ୍କ ହୃଦୟକୁ ବାନ୍ଧି ପାରିଛନ୍ତି ନିର୍ଦ୍ଦେଶକ କିଶୋର ଖଣ୍ଡୁଆଳ। ନାଟକରେ ସ୍ନାତକୋତ୍ତର ପରେ ଓଡ଼ିଆ ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ସେ। ୧୯୯୪ ମସିହାରେ ସେ ଯାତ୍ରା ମଞ୍ଚକୁ ଆସିବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ଥିଲା ସୁଦାମବତୀ ଅପେରାର ‘ଆଳି ଭାଗବତ ନିଆଳି ଗୀତା’। ଏହି ନାଟକର ସଫଳତା ପରେ ତାଙ୍କ ଉପରେ ଯାତ୍ରା ପ୍ରଯୋଜକମାନଙ୍କର ଦୃଷ୍ଟି ପଡ଼ିଥିଲା। ଶିବାନୀ, ବାଣେଶ୍ୱରୀ, ନିୟତି, ବାଘାଯତୀନ ଓ କୋଣାର୍କ ଗଣନାଟ୍ୟରେ ପ୍ରତିବର୍ଷ ନାଟକ ନିର୍ଦ୍ଦେଶନା ଦେଇ ସେ ସଫଳ ହେଲେ। ୧୯୯୭ ମସିହାରେ ତାଙ୍କ ନିର୍ଦ୍ଦେଶିତ ବାଣେଶ୍ୱରୀ ଗଣନାଟ୍ୟର ନାଟକ ‘କଥା ରହିଲା ମଗୁଶୁରକୁ’ ଯାତ୍ରା ଉତ୍ସବରେ ୧୨ଟି ବିଭାଗରେ ପୁରସ୍କୃତ ହୋଇଥିଲା। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଶ୍ରୀ ଖଣ୍ଡୁଆଳ ପୁରସ୍କୃତ ହୋଇଥିଲେ। 

ଇତିମଧ୍ୟରେ ସେ ଓଡ଼ିଶାର ସମସ୍ତ ଯାତ୍ରା ଅନୁଷ୍ଠାନରେ ନାଟକ ନିର୍ଦ୍ଦେଶନା ଦେଇ ସଫଳତାର ଶିଢ଼ି ଚଢ଼ି ଚାଲିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ନାଟକ ମଧ୍ୟରେ ରହିଛି ‘କଥା ରହିଲା କାଳ କାଳକୁ’, ‘କଣ୍ଢେଇ ସାଜିଛି କନିଆ ରାଣୀ’, ‘ଦୁଃଖ ଦେଇଗଲା ଦରଦୀ ବନ୍ଧୁ’, ‘ରାମ ବନବାସ କାହାଣୀ ଶେଷ’, ‘ରଙ୍ଗ ଲଗେଇଛି ରଙ୍ଗ ନଗରୀ’, ‘ଋତୁ ରାଇଜର ରାଜକୁମାରୀ’, ‘ରାଜଧାନୀ ଝିଅ ରାଜନନ୍ଦିନୀ’, ‘ଟିକିଲି ଖୋଜୁଛି ନାଲି ସିନ୍ଦୂର’, ‘ସିନ୍ଦୂର ହାଟରେ ସିନ୍ଦୂର ନାହିଁ’, ‘ହାଟରୁ କିଣିଲି ବାଟର ସାଥୀ’, ‘ସପନ ହାଟରେ ମିଳୁନି ବାଟ’ ଏବଂ ‘ମାୟାବିନୀ ମୌସୁମୀ’। ସେ ଚିନ୍ମୟ ଦାସ, ପ୍ରଦୀପ ବେହେରା, ସୁଶ୍ରୀ ସଙ୍ଗୀତା ମିଶ୍ର, ରଞ୍ଜିତା ଲେଙ୍କା, ରାମେଶ୍ୱରୀ ଓ ଗଣେଶ ରାଉତଙ୍କ ଭଳି ନୂଆ ନୂଆ ନାଟ୍ୟକାରଙ୍କ ରଚନାକୁ ମଞ୍ଚସ୍ଥ କରି ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି। ଏ ବର୍ଷ ଶିବାନୀ, ତୁଳସୀ, ସିଂହବାହିନୀ ଓ ପୃଥ୍ବୀରାଜରେ ଖଣ୍ଡୁଆଳଙ୍କ ନାଟକ ଚର୍ଚ୍ଚାରେ ରହିଛି।
-ନାରାୟଣ ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe