ରାମ କୁପର ଦେଇଥିବା ଅଶ୍ଳୀଳ ମନ୍ତବ୍ୟ ପାଇଁ ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି: ସୁଧାଂଶୁ ପାଣ୍ଡେ

Advertisment
9913e98d-61f4-4224-be4b-8261193d1cf8

ନୂଆଦିଲ୍ଲୀ: ରାମ କପୁରଙ୍କ ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଛି। ନିକଟରେ ଏକ ୱେବ୍‌ ସିରିଜ୍‌ର ପ୍ରମୋସନ କାର୍ଯ୍ୟକ୍ରମରେ ଯୋଗ ଦେବ‌ା ପାଇଁ ରାମ କପୁର ଏବଂ ମୋନା ସିଂହ ପ୍ରମୋସନ ପାଇଁ ମୁମ୍ବାଇର ଜେଡବ୍ଲୁ ମ୍ୟାରିଅଟ୍ ହୋଟେଲରେ ପହଞ୍ଚିଥିଲେ ।

ଜିଓ ହଟଷ୍ଟାରର ପିଆର ଟିମ୍ ସହିତ କଥାବାର୍ତ୍ତା ସମୟରେ ରାମ କପୁର ଜଣେ ମହିଳାଙ୍କ ପୋଷାକକୁ ଦେଖି କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।   କେବଳ ଏତିକି ନୁହେଁ ଉକ୍ତ କାର୍ଯ୍ୟକ୍ରମରେ ଜଣେ ପୁରୁଷ ସଦସ୍ୟଙ୍କ ସହ ରାମ କପୁର ଥଟ୍ଟା ପରିହାସ ଆଳରେ ତାଙ୍କ ମାଆଙ୍କୁ ନେଇ ବିବାଦୀୟ ବୟାନ ବି ଦେଇଥିଲେ ।

ରାମ କପୁରଙ୍କ ବିବାଦୀୟ ବୟାନକୁ ‌ନେଇ ଲୋକପ୍ରିୟ ଅଭିନେତା ସୁଧାଂଶୁ ପାଣ୍ଡେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏପରି ବୟାନ ଆଦୌ ଗ୍ରହଣୀୟ ନୁ‌ହେଁ। ମୋ ମତରେ ଏହା ମାନସିକ ଅସ୍ଥିରତା ପାଇଁ ହୋଇପାରେ ବୋଲି ମୁଁ ଆଶା କରୁଛି। କାରଣ ଜ‌ଣେ ବ୍ୟକ୍ତିର ମାନସିକ ଅସ୍ଥିରତା ଥିଲେ ହିଁ ସେ କ’ଣ କହୁଛି କ’ଣ କରୁଛି। ତାର ମନ୍ତବ୍ୟ ଓ କାମ ଅନ୍ୟକୁ କ’ଣ ପ୍ରଭାବ ପକାଇଉଛି ତାହା ସେ ଅନୁଭବ କରି ପାରେ ନାହିଁ।

ପ୍ରଥମକଥା କହିବି ରାମ ଏପରି ବୟାନ ଦେଇ ନିଜର ଛବିକୁ ହିଁ ଖରାପ କରୁଛନ୍ତି। ରାମଙ୍କ ଏଭଳି କାମ ପାଇଁ ମୁଁ ଆପଣମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe