ଶାହରୁଖ୍ ଖାନଙ୍କ ଝିଅ ସୁହାନାଙ୍କ ସଂପର୍କରେ ଏଇ ଖବରଟି ଜାଣନ୍ତୁ

ଶାହରୁଖ୍ ଖାନଙ୍କ ଝିଅ ସୁହାନାଙ୍କ ସଂପର୍କରେ ଏଇ ଖବରଟି ଜାଣନ୍ତୁ

photo-ste.india.com

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନଙ୍କ ଝିଅ ସୁହାନା ୨୦୧୮ରେ ବଲିଉଡରେ ଡେବୁ କରିବାକୁ ଯାଉଥିବା ଖବର ଏକଦମ୍‌ ପକ୍କକା। କାରଣ ସୁହାନା ଗତ କିଛି ମାସ ହେବ ଅଧିକାଂଶ ପାର୍ଟିରେ ଯୋଗ ଦେଉଛନ୍ତି। ଖାଲି ସେତକି ନୁହେଁ ,ସେ ଫିଲ୍ମ ପ୍ରମିଅରକୁ ବି ମିସ୍‌ କରୁ ନାହାନ୍ତି। ସେ ନିଜର ଇନଷ୍ଟାଗ୍ରାମରେ ଅନେକ ସମୟରେ ନିଜ ବୋଲଡ ଫଟୋ ବି ସେଆର୍‌ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।

ସେ ଜଣେ ଜନ୍ମଜାତ କଳାକାର। ସେ ଥିଏଟର ସହିତ ଜଡିତ। ତାଙ୍କର ଅଭିନୟ ଦେଖି ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୁହାନାଙ୍କର ପ୍ରଶଂସା କରିଥିଲେ। ସେ ଯାହା ହେଉନା କାହିଁକି ପିତା ଶାହରୁଖ୍ ଖାନଙ୍କ ଅପେକ୍ଷା ଏବେ ବଲିଉଡର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସୁହାନା। ଏବେ ସେ କେଉଁ ସିନେମାରେ ପ୍ରଥମେ ଅଭିନୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏଥିପାଇଁ କାହାଣୀ ଖୋଜିବାର ଦାୟିତ୍ୱ ଦିଆଯାଇଛି ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ। ଶୁଣିବାକୁ ମିଳୁଛି ଯେ ଇତିମଧ୍ୟରେ କାହାଣୀ ଖୋଜା ସରିଛି । କିଏ ଏହାର ନିର୍ଦ୍ଦେଶନା ଦେବେ ତାହା ଦେଖିବାକୁ ବାକି ରହିଲା। ଆଉ ଏହି ସିନେମାରେ କିଏ ସୁହାନାଙ୍କର ନାୟକ ହେବେ ତାହା ଜାଣିବାକୁ ଅପେକ୍ଷା ଅଛି।

publive-image photo-bollywoodpapa.com

ଏଠାରେ ସୂଚନାଯୋଗ୍ୟ ଯେ ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନ ଏବଂ ତାଙ୍କ ଝିଅ ସୁହାନା ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ମଲ୍ଟିପ୍ଲେକସରେ ଆୟୋଜିତ ଫିଲ୍ମ‘ଟ୍ୟୁବଲାଇଟ୍‌’ର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେଇ ଖୁବ୍‌ ଚର୍ଚ୍ଚିତା ହୋଇଥିଲେ । ଏହି ସିନେମା ଦେଖିବାଲାଗି ଶାହରୁଖ୍ ଖାନ କାଜୁଆଲ୍‌ ଡ୍ରେସ୍‌ ପିନ୍ଧିଥିବା ବେଳେ ଝିଅ ସୁହାନା ଏକ ଆକର୍ଷଣୀୟ ଟପ୍‌ ଏବଂ ଜିନସ୍‌ ପିନ୍ଧିଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe