୧୨ ବର୍ଷ ବୟସରୁ ତ୍ୱଚା ରଙ୍ଗରୁ ମତେ ଅସୁନ୍ଦର କୁହାଯାଇଛି: ସୁହାନା ଖାନ୍

Advertisment
୧୨ ବର୍ଷ ବୟସରୁ ତ୍ୱଚା ରଙ୍ଗରୁ ମତେ ଅସୁନ୍ଦର କୁହାଯାଇଛି: ସୁହାନା ଖାନ୍

Hindustan Times

ମୁମ୍ବାଇ: ସୁହାନା ଖାନ୍‌ଙ୍କ ତ୍ବଚାର ରଙ୍ଗକୁ ନେଇ କିଛି ବ୍ୟକ୍ତି ଟ୍ରୋଲ୍‌ କରୁଥିବା ବେଳେ ସେ ଏହାର ଜବାବ ରଖିଛନ୍ତି। ସୁହାନା ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ୍‌ କରିବା ପରେ ତ୍ବଚାର ରଙ୍ଗକୁ ନେଇ କିଛି ବ୍ୟକ୍ତି ତାଙ୍କୁ ଅସୁନ୍ଦରୀ, କାଳୀ ବୋଲି କହି ଟ୍ରୋଲ୍‌ କରିଥିଲେ। ଏହାର ଜବାବରେ ସେ ଲେଖିଥିଲେ, ମୋ ଚେହେରାକୁ ନେଇ ବହୁତ କିଛି କୁହାଯାଇଛି। ଯେବେ ମୁଁ ୧୨ ବର୍ଷର ଥିଲି ସେତେବେଳେ ମତେ କୁହାଯାଇଥିଲା କି ମୋ’ ତ୍ବଚାର ରଙ୍ଗ ଯୋଗୁଁ ମୁଁ ଅସୁନ୍ଦର। ତେବେ ଆମେ ଭାରତୀୟମାନେ ଶ୍ୟାମଳ ରଙ୍ଗର। କିନ୍ତୁ ନିଜ ଲୋକମାନେ ଯେତେବେଳେ ଆମ ପ୍ରତି ଏପରି ବ୍ୟବହାର ଦେଖାଉଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଉଛି ଆମେ କେତେ ଅସୁରକ୍ଷିତ। ମୋ ଉଚ୍ଚତା ୫ଫୁଟ ୩ ଇଞ୍ଚ। ମୋ ‌ତ୍ବଚାର ରଙ୍ଗ ଶ୍ୟାମଳ ଏବଂ ଏହାକୁ ନେଇ ମୁଁ ବହୁତ ଖୁସି ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe