The Statesman
ମୁମ୍ବାଇ: ବଲିଉଡର ସୁପରହିରୋ ଶାହାରୁଖଙ୍କ ସହଧର୍ମିଣୀ ଗୌରୀ ଯେ ଏମିତି ସବର୍ସାଧାରଣକୁ ଆସି ଫଟୋ ପୋଜ୍ ଦେବେ ଏକଥା ଅନେକ ବିଶ୍ବାସ କରିପାରୁନାହାନ୍ତି। ଶୁକ୍ରବାର ସନ୍ଧ୍ୟାରେ ଶାହାରୁଖଙ୍କ ପତ୍ନୀ ଗୌରୀ ଯେଉଁସବୁ ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି ତାହା ଦେଖି ଅନେକ ତାଜୁବ ହେଇଛନ୍ତି। କେବଳ ନିଜର ନୁହେଁ ବରଂ ଗୌରୀ ଫଟୋଗ୍ରାଫର ସାଜି ଆମେରିକାରେ ରହୁଥିବା ତାଙ୍କ ଝିଅର ଯେତେସବୁ ଫଟୋ ଉଠେଇଛନ୍ତି ତାହା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଏ ଫଟୋରେ ଶାହାରୁଖ୍-ଗୌରୀ ତନୟା ସୁହାନା ହ୍ବାଇଟ୍ ଟ୍ୟାଙ୍କ୍ ସହ ବ୍ଲୁ ଡେନିମ୍ ଶର୍ଟସ୍ ପିନ୍ଧିଛନ୍ତି ପୁଣି ହାତରେ ଏକ କୋଲା ବୋତଲ ଧରିଛନ୍ତି। ତାଙ୍କ ପ୍ରଚ୍ଛଦରେ ରହିଛି ନୀଳରଙ୍ଗର ସୁଇମିଙ୍ଗ ପୁଲ୍। ସୁନ୍ଦର ମେକଅପ୍ ନେଇଥିବା ସୁହାନା ଯେ ନିଜକୁ ଏତେ ଏକ୍ସପୋଜ୍ କରିବେ, ବିଶ୍ବାସ ହେଉନି। ଏ ଫଟୋ ତଳେ ସୁହାନା ପୁଣି ଲେଖିଛନ୍ତି, ଆପଣ ଭାବିପାରନ୍ତି ମୁଁ କିଛି ବାହାନା କରୁଛି, ହେଲେ ଏହା ସତ। ତାଙ୍କ କ୍ୟାପସନ୍ ତଳେ ବାପା ଶାହାରୁଖ୍ ମଧ୍ୟ ଲେଖିଛନ୍ତି, ‘ତୁମ ପାଇଁ କୋଲା ଏକ ବାହାନା ନୁହେଁ ତ! ମୋତେ ଲାଗୁଛି ଏହା ବୋଧେ ଇନସିଡେଣ୍ଟାଲ୍।’
Follow Us