ମୋ ପାଇଁ ସୁଜେନ୍ ଆଜି ବି ଘରଲୋକ

Advertisment

୨୦୦୦ ମସିହାରେ ‘କହୋନା ପ୍ୟାର୍ ହୈ’ ସିନେମାରେ ଡେବ୍ୟୁ କରିବାର ଅଳ୍ପ ବ୍ୟବଧାନ ପରେ ହିଁ ନିଜ ପିଲାଦିନର ବନ୍ଧୁ ସୁଜେନ୍‌ଙ୍କୁ ବିବାହ କରିଥିଲେ ବଲିଉଡ୍ ଅଭିନେତା ଋତିକ ରୋଶନ। ହେଲେ ଦୁହିଁଙ୍କ ଦାମ୍ପତ୍ୟ ଦୀର୍ଘସ୍ଥାୟୀ ହେଲାନାହିଁ...

୨୦୦୦ ମସିହାରେ ‘କହୋନା ପ୍ୟାର୍ ହୈ’ ସିନେମାରେ ଡେବ୍ୟୁ କରିବାର ଅଳ୍ପ ବ୍ୟବଧାନ ପରେ ହିଁ ନିଜ ପିଲାଦିନର ବନ୍ଧୁ ସୁଜେନ୍‌ଙ୍କୁ ବିବାହ କରିଥିଲେ ବଲିଉଡ୍ ଅଭିନେତା ଋତିକ ରୋଶନ। ହେଲେ ଦୁହିଁଙ୍କ ଦାମ୍ପତ୍ୟ ଦୀର୍ଘସ୍ଥାୟୀ ହେଲାନାହିଁ...

weqr

୨୦୦୦ ମସିହାରେ ‘କହୋନା ପ୍ୟାର୍ ହୈ’ ସିନେମାରେ ଡେବ୍ୟୁ କରିବାର ଅଳ୍ପ ବ୍ୟବଧାନ ପରେ ହିଁ ନିଜ ପିଲାଦିନର ବନ୍ଧୁ ସୁଜେନ୍‌ଙ୍କୁ ବିବାହ କରିଥିଲେ ବଲିଉଡ୍ ଅଭିନେତା ଋତିକ ରୋଶନ। ହେଲେ ଦୁହିଁଙ୍କ ଦାମ୍ପତ୍ୟ ଦୀର୍ଘସ୍ଥାୟୀ ହେଲାନାହିଁ, ବାହାଘରର ୧୪ ବର୍ଷ ପରେ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ରର ୧୦ ବର୍ଷ ପରେ ବି ଦୁହିଁଙ୍କ ମଧ୍ୟରେ ନିଜ ପିଲାମାନଙ୍କ ପାଇଁ ଉତ୍ତମ ବୁଝାମଣା ରହିଛି। ତେବେ ଋତିକଙ୍କ ଛାଡ଼ପତ୍ରକୁ ନେଇ ବାପା ରାକେଶ ରୋଶନ ଆଗରୁ କେବେ ମୁହଁ ଖୋଲି ନଥିବା ବେଳେ ନିକଟରେ ନିରବତା ଭଙ୍ଗ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାକେଶ କହିଛନ୍ତି, ‘‘ଯାହା ବି କିଛି ହୋଇଛି ସ୍ବାମୀ-ସ୍ତ୍ରୀଙ୍କ ଭିତରେ ହୋଇଛି। ମୋ ପାଇଁ ସୁଜେନ୍ ଆଜି ବି ସେଇ ସୁଜେନ୍। ସେମାନେ ହିଁ ପ୍ରେମରେ ପଡ଼ିଲେ, ସେମାନଙ୍କ ଭିତରେ ହିଁ ଭୁଲ୍ ବୁଝାମଣା ହେଲା। ହେଲେ ଆମ ପାଇଁ ସୁଜେନ୍‌ ଆଜି ବି ଘରର ସଦସ୍ୟ।’’

ଏହି ଅବସରରେ ରାକେଶ ତାଙ୍କ ପୁଅ ଋତିକଙ୍କ ସହ ତାଙ୍କ ସଂପର୍କ ବିଷୟରେ ବି କହିଛନ୍ତି। ରାକେଶଙ୍କ କହିବାନୁସାରେ, ସେ ରାଗୀ ତ ନୁହନ୍ତି, କିନ୍ତୁ ଅନୁଶାସନରେ ବିଶ୍ବାସ କରନ୍ତି। ପିଲାଦିନେ ପୁଅଝିଅ ତାଙ୍କୁ ସେଥିପାଇଁ ଡରୁଥିଲେ। ମାତ୍ର ବଡ଼ ହେଲା ପରେ ତାହା ଦୂର ହୋଇଗଲା। ଏବେ ସମସ୍ତେ ସାଙ୍ଗ ପରି ମିଶୁଛନ୍ତି। ନିକଟରେ ‘ଦି ରୋଶନ୍’ ନାମରେ ଏକ ଡକ୍ୟୁମେଣ୍ଟାରି ରିଲିଜ୍ ହୋଇଛି, ଯେଉଁଥିରେ ରୋଶନ ଲାଲ୍ ନାଗରଥ, ରାଜେଶ ରୋଶନ, ରାକେଶ ରୋଶନ ଓ ଋତିକ ରୋଶନଙ୍କ ସିନେମା ଯାତ୍ରା ସଂପର୍କରେ ବ୍ୟାଖ୍ୟା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe